୧୩ ବର୍ଷ ବୟସରେ ବିଶ୍ୱ ରେକର୍ଡ କଲେ ପାରା-ସ୍ୱିମର ଜିଆ ରାୟ

ନୂଆଦିଲ୍ଲୀ,୨୬।୦୩ :  ୧୩ ଘଣ୍ଟା ଭିତରେ ପହଁରି ପହଁରି ଶ୍ରୀଲଙ୍କାରୁ ଭାରତ| ଭାରତୀୟ ନୌସେନାର ଜଣେ ଅଧିକାରୀଙ୍କ ଝିଅ ହେଉଛନ୍ତି ୧୩ ବର୍ଷୀୟ ଜିଆ ।  ଶ୍ରୀଲଙ୍କାରୁ ପହଁରିବା ଆରମ୍ଭ କରିଥିଲେ, ଆଉ ମାତ୍ର ୧୩ ଘଣ୍ଟା ଭିତରେ ପହଞ୍ଚିଲେ ଭାରତ ମାଟିରେ । ଏଭଳି ଏକ ବିରଳ ରେକର୍ଡ କରିଛନ୍ତି  ପାରା-ସ୍ୱିମର ଜିଆ ରାୟ । ଗୋଟିଏ ଦେଶରୁ ଅନ୍ୟ ଦେଶକୁ ପହଁରି ପହଁରି ପହଞ୍ଚିବାରେ ସେ କରିଛନ୍ତି ବିରଳ ରେକର୍ଡ ।  ଜିଆ ଶ୍ରୀଲଙ୍କାର ପାଲକ ଷ୍ଟ୍ରେଟ୍‌, ତାଲାଇମନ୍ନରରୁ ପହଁରିବା ଆରମ୍ଭ କରିଥିଲେ । ଆଉ ମାତ୍ର ୧୩ ଘଣ୍ଟା ଭିତରେ ୨୮.୫ କିଲୋମିଟର ଜଳ ପଥ ଅତିକ୍ରମ କରି ପହଞ୍ଚିଥିଲେ ତାମିଲନାଡ଼ୁ ଧନୁଷକୋଡ଼ିର ଆରିଚଲମୁନାଇରେ । ଏହି ବିରଳ ରେକର୍ଡ ହାସଲ କରିବାରେ ଜିଆ ରାୟ ହେଉଛନ୍ତି ବିଶ୍ୱର ସର୍ବକନିଷ୍ଠ ମହିଳା ସନ୍ତରଣକାରୀ । ତେବେ ଜିଆ ଏଭଳି ରେକର୍ଡ କରିବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ତାମିଲନାଡ଼ୁ ଡିଜିପି ସି ଶିଳେନ୍ଦ୍ର ବାବୁ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏମିତିକି ଭାରତୀୟ ନୌସେନା ପକ୍ଷରୁ ମଧ୍ୟ ତାଙ୍କୁ ଶୁଭେଚ୍ଛ ଦିଆଯାଇଛି ।

QT Jiya Rai

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: