୧୫ ଅଗଷ୍ଟରେ ବିସ୍ଫୋରଣ ଯୋଜନା,ୟୁପିରୁ ଆଇଏସ୍‌ର ସନ୍ଦିଗ୍ଧ ଗିରଫ

ଆଜମଗଡ,୯।୮: ସ୍ବାଧୀନତା ଦିବସ ପୂର୍ବରୁ ବିସ୍ଫୋରଣ କରିବାକୁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍‌ର ଷଡଯନ୍ତ୍ର। ଉତ୍ତର ପ୍ରଦେଶର ଆଜମଗଡରୁ ଏଟିଏସ୍‌ ଟିମ୍‌ ଜଣେ ଆଇଏସ୍ ସନ୍ଦିଗ୍ଧକୁ ଗିରଫ କରିଛି। ସ୍ୱତନ୍ତ୍ରତା ଦିବସ ଅବସରରେ ବିସ୍ଫୋରଣ ଯୋଜନା କରୁଥିବା ଆଇଏସଆଇଏସ ସହ ଜଡ଼ିତ ଆତଙ୍କବାଦୀ ସବାଉଦ୍ଦୀନ ଆଜମୀକୁ ୟୁପି ଏଟିଏସ ଆଜମଗଢ଼ରୁ ଗିରଫ କରିଛି । ଆତଙ୍କବାଦୀ ପାଖରେ ଆଇଇଡି ପ୍ରସ୍ତୁତ କରିବା ସାମଗ୍ରୀ, ଅଫୁଟା ଗୁଳି ଇତ୍ୟାଦି ଜବତ ହୋଇଛି ।ସନ୍ଦିଗ୍ଧର ନାଁ ସବାଉଦ୍ଧିନ୍ ଆଜମୀ, ସେ ଆଇଏସର ରିକ୍ରୁଟରଙ୍କ ସହିତ ସିଧା ସଳଖ ଯୋଗାଯୋଗରେ ଥିଲା। ୟୁପି ଏଟିଏସ୍‌ ସନ୍ଦିଗ୍ଧ ନିକଟରୁ ଆଇଇଡି ତିଆରି କରୁଥିବା ଜିନିଷ ଜବତ କରିଛି। ଆଗକୁ ସ୍ବାଧୀନତା ଦିବସ ଥିବାରୁ ହୁଏତ ଆଇଏସ୍‌ ଆତଙ୍କବାଦୀ ସଂଗଠନ ଭାରତରେ ଆକ୍ରମଣ ଯୋଜନା କରୁଛି। ଅଭିଯୁକ୍ତ ପାଖରୁ ମିଳିଥିବା ଆଇଇଡି ତିଆରି ସାମଗ୍ରୀକୁ ଜଣାପଡୁଛି ଯେ, ଆଗକୁ ସେ କୌଣସି ବିସ୍ଫୋରଣ ଯୋଜନା ପ୍ରସ୍ତୁତ କରୁଥିଲା। ଅଭିଯୁକ୍ତକୁ ଗିରଫ କରିବା ପରେ ତାକୁ ପଚରା ଉଚରା ପାଇଁ ଏଟିଏସ୍‌ ମୁଖ୍ୟାଳୟକୁ ଅଣାଯାଇଥିଲା। ମୋବାଇଲ ଡାଟା ଖୋଜାଯିବା ପରେ ଆଇଏସଆଇଏସ୍‌ ଦ୍ବାରା ଆତଙ୍କ ଓ ଜେହାଜ ପାଇଁ ମୁସଲମାନ ଯୁବକଙ୍କ ବ୍ରେନ୍ ଓ୍ବାସ୍ କରିବା ପାଇଁ ତିଆରି କରାଯାଇଥିବା ଟେଲିଗ୍ରାମ୍ ଚ୍ୟାନେଲ AL-SAQR MEDIA ସହିତ ସେ ଜଡିତ ଥିବା ପ୍ରମାଣ ମିଳିଥିଲା। ବର୍ତ୍ତମାନ ଅଭିଯୁକ୍ତ ସବାଉଦ୍ଧିନ୍‌ ଏଆଇଏମ୍‌ଆଇଏମ୍‌ର ସଦସ୍ୟ। ଏହାକୁ ୟୁପି ଏଟିଏସ୍‌ର ବଡ ସଫଳତା ବୋଲି ମନେକରାଯାଉଛି। ଏବେ ସନ୍ଦିଗ୍ଧକୁ ପଚରା ଉଚରା କରାଯିବା ସହ ସେହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: