୧୫ ଶହ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଡ୍ରଗ୍ସ ଜବତ

ନୂଆଦିଲ୍ଲୀ,୨୬।୫:୧୫ ଶହ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଡ୍ରଗ୍ସ ଜବତ|ସମୁଦ୍ରପଥରେ ଭାରତକୁ ବିପୁଳ ପରିମାଣର ନିଶାଦ୍ରବ୍ୟ କାରବାରର ପର୍ଦ୍ଦାଫାସ । ନବୀ ମୁମ୍ବାଇର ଟଲୋଜା ଉପକୂଳରୁ କଷ୍ଟମସ ବିଭାଗ ୧୫ ଶହ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଡ୍ରଗ୍ସ ଜବତ କରିବା ସହ ନଷ୍ଟ କରିଛି । ଟଲୋଜା ସ୍ଥିତ ୱଷ୍ଟ ମ୍ୟାନେଜମେଣ୍ଟ ଲିମିଟେଡ ଉପରେ ମୁମ୍ବାଇ କଷ୍ଟମ୍ସ ବିଭାଗ ଚଢ଼ାଉ କରି ଏହି ନିଶା କାରବାରର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି । ୯ କେଜି କୋକେନ ସମେତ ମୋଟ ୩୫୦ କେଜି ଡ୍ରଗ୍ସ ନଷ୍ଟ କରିଛି ବିଭାଗ । ପୂର୍ବରୁ ୨୦୨୨ ଅକ୍ଟୋବରରେ ମୁମ୍ବାଇ ରାଜସ୍ବ ବିଭାଗ ଜବତ କରିଥିବା ୧୯୮ କେଜିରୁ ଅଧିକ ଡ୍ରଗ୍ସ ମଧ୍ୟ ନଷ୍ଚ କରାଯାଇଥିବା ମୁମ୍ବାଇ ପୋଲିସ କମିଶନର କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!