୧୬ଟି ୟୁଟ୍ୟୁବ ଚ୍ୟାନେଲ ବ୍ୟାନ୍ କଲେ ସରକାର

ନୂଆଦିଲ୍ଲୀ,୨୫/ ୦୪ : ଭାରତୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରଳାୟ ଭାରତର ସୁରକ୍ଷା, ବିଦେଶ ସମ୍ପର୍କ ଏବଂ ସାର୍ବଜୈନିକ ବ୍ୟବସ୍ଥା ସମ୍ବନ୍ଧରେ ଦୁଷ୍ପ୍ରଚାର କରୁଥିବା ୧୬ ୟୁଟ୍ୟୁବ୍ ଚ୍ୟାନେଲକୁ ବନ୍ଦ କରି ଦେଇଛନ୍ତି । ଏଥିରୁ ୧୦ ଭାରତୀୟ ଏବଂ ୬ ପାକିସ୍ତାନର ବୋଲି ସୂଚନା ମିଳିଛି ।କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ, ଆଭ୍ୟନ୍ତରୀଣ ବ୍ୟବସ୍ଥା ସମ୍ପର୍କରେ ମିଥ୍ୟା ପ୍ରଚାର ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ।ଏଥିରେ କୁହାଯାଇଛି ଯେ ୨୦୨୧ ମସିହାର ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ୧୮ ଅନୁଯାୟୀ ଏହି ଡିଜିଟାଲ ସମ୍ବାଦ ପ୍ରକାଶକଙ୍କ ମଧ୍ୟରୁ କୌଣସିଟି ମନ୍ତ୍ରଣାଳୟକୁ ଆବଶ୍ୟକ ସୂଚନା ପ୍ରଦାନ କରି ନାହିଁ। ସୂଚନାଯୋଗ୍ୟ ଏହା ପୁର୍ବରୁ ମଧ୍ୟ ଭାରତ ସରକାର ଏହିଭଳି ୪ ପାକିସ୍ତାନୀ ସହିତ ୨୨ ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ କରି ଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!