୧୮୫ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନରେ ଲାଗିଲା ନିଆଁ,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ ,୧୯/୦୬: ବିମାନ ଇଞ୍ଜିନରେ ଲାଗିଗଲା ନିଆଁ । ଜରୁରିକାଳୀନ ଅବତରଣ କଲା ସ୍ପାଇସ୍ ଜେଟ୍ ବିମାନ । ଏପରି ଘଟଣା ସାମ୍ନାକୁ ଆସିଛି ବିହାରର ପାଟନାରେ । ପାଟନା ବିମାନବନ୍ଦରରୁ ଉଡାଣ ଭରୁଥିବା ସ୍ପାଇସ୍ ଜେଟ୍ ବିମାନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଫଳରେ ଏହା ଲ୍ୟାଣ୍ଡିଂ କରିବାକୁ ବାଧ୍ୟ ହୋଇଥିଲା । ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏଥିରେ ପ୍ରାୟ ୧୮୭ ଜଣ ଯାଚ୍ରୀ ରହିଥିଲେ । ତେବେ ବିମାନର ବାମ ପଟ ଓ୍ବିଙ୍ଗରେ ନିଆଁ ଲାଗିଥିବା ଜଣାପଡିଛି । ନିଆଁ ଲାଗିବା ସୂଚନା ପରେ ପାଇଲଟ୍ ତୁରନ୍ତ ଏମରର୍ଜିନ୍ସି ଲ୍ୟାଣ୍ଡିଂ ପାଇଁ ଅନୁମତି ମାଗିଥିଲେ । ଆଉ ପାଟନା ଏୟାରଫୋର୍ସ ଷ୍ଟେସନରେ ବିମାନ ଜରୁରୀ ଅବତରଣ କରିଥିଲା । ଯାଞ୍ଚ ବେଳେ ପ୍ଲେନର ଦୁଇଟି ବ୍ଲେଡ୍‌ ବଙ୍କା ଥିବା ଜଣାପଡିଥିଲା । ତୁରନ୍ତ ନିଆଁକୁ ଆୟତ କରିବାରେ କର୍ତ୍ତୃପକ୍ଷ ସଫଳ ହୋଇଥିଲେ । ଘଟଣାକୁ ନେଇ ପାଟନା ଜିଲ୍ଲାପାଳ ଚନ୍ଦ୍ରଶେଖର ସିଂହ କହିଛନ୍ତି, ‘ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଥିଲା । ଯାହା ଫଳରେ ବୋଇଂ-୭୨୭ର ବାମ ପଟ ଓ୍ବିଙ୍ଗରେ ନିଆଁ ଲାଗିଯାଇଥିଲା । ତୁରନ୍ତ ଏହାକୁ ଆୟତ କରାଯାଇଛି । ଇଞ୍ଜିନିୟରିଂ ଟିମ ଏହାର ତଦନ୍ତ ଜାରି ରଖିଛନ୍ତି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: