ନୂଆଦିଲ୍ଲୀ,୧୭/୦୬ : କେନ୍ଦ୍ର ସରକାର ଅଗ୍ନିପଥ ଯୋଜନାକୁ ନେଇ ହଠାତ୍ ସାରା ଦେଶରେ ବିକ୍ଷୋଭ ସହ ହିଂସା ହେଉଛି। ଟ୍ରେନ୍ ପୋଡ଼ା ଜଳାକରାଯିବା ସହ ଲୁଟ୍ ତରାଜ ବି କରୁଛନ୍ତି ବିକ୍ଷୋଭକାରୀ।ଅଗ୍ନିପଥ ଯୋଜନାର ବିରୋଧରେ ବିହାରରେ ଜଳୁଛି ନିଆଁ। ଆଜି ୩ୟ ଦିନରେ ମଧ୍ୟ ବିହାରରେ ବ୍ୟାପକ ହିଂସାକାଣ୍ଡ। କେନ୍ଦ୍ରର ଅଗ୍ନିପଥ ଭର୍ତ୍ତି ଯୋଜନା ବିରୋଧରେ ଶୁକ୍ରବାର ବିକ୍ଷୋଭକାରୀଙ୍କ ବିରୋଧ ପ୍ରଦର୍ଶନ ଦ୍ରୁତତର ହୋଇଛି, ଯେଉଁଥିରେ ଆନ୍ଦୋଳନକାରୀ ଏକ ଡର୍ଜନରୁ ଅଧିକ ଟ୍ରେନ୍ରେ ନିଆଁ ଲଗେଇ ଦେଇଛନ୍ତି ,ସର୍ବସାଧାରଣ ଗାଡ଼ିକୁ ଭଙ୍ଗା ରୁଜା କରିବା ସହ ସଡ଼କ ଓ ରାଜରାସ୍ତା ଅବରୋଧ କରିଦେଇଛନ୍ତି । ଗୁରୁବାର ପ୍ରଦର୍ଶନକାରୀ ମାନେ ଟ୍ରେନ୍ରେ ନିଆଁ ଲଗେଇ ଦେଇଛନ୍ତି । ପୁଲିସ୍ ଗାଡ଼ିକୁ ମଧ୍ୟ ଆକ୍ରମଣ କରିଛନ୍ତି । ସେମାନେ ସେନା ପାଇଁ ନୂଆ ଭର୍ତ୍ତି ଯୋଜନାକୁ ଫେରେଇ ନେବାରୁ ସରକାରଙ୍କୁ ଦାବି କରିଛନ୍ତି । ଯେମିତି ହିଁ ହିଂସା ବଢ଼ିଲା , ସରକାର ୨୦୨୨ ମସିହା ପାଇଁ ଯୋଜନା ଅନୁସାରେ ନିଯୁକ୍ତି ପାଇଁ ବୟସ ସୀମା ୨୧ ବର୍ଷରୁ ବଢ଼ାଇ ୨୩ ବର୍ଷ କରି ଦେଇଛନ୍ତି । ବିହାରର ଆରାରୁ ନେଇ ହରିଆଣାର ପଲୱଲ ଯାଏ , ଉତ୍ତର ପ୍ରଦେଶର ଆଗ୍ରାରୁ ନେଇ ବିଜେପି ଶାସିତ ମଧ୍ୟ ପ୍ରଦେଶରେ ଗ୍ୱାଲିୟର ଓ ଇନ୍ଦୋର ଯାଏ ସଶସ୍ତ୍ର ସୁରକ୍ଷା ବାହିନୀରେ ଚାକିରୀ ପାଇଁ ଶହ ଶହ ଯୁବକ ପ୍ରାର୍ଥୀ ସାର୍ବଜନିକ ଓ ବ୍ୟକ୍ତିଗତ ସମ୍ପତ୍ତି ଉପରେ ନିଜର ବିରକ୍ତି ଭାବ ଦର୍ଶାଇ ସଡ଼କକୁ ଓହ୍ଲାଇଛନ୍ତି । ବିହାରରେ ଟ୍ରେନ୍ ଗୁଡ଼ିକରେ ନିଆଁ ଲଗେଇବା ସହ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ପଡ଼ିଛି । ବସ୍ ଗୁଡ଼ିକର ଝରକାର କାଚ ଭାଙ୍ଗିଛନ୍ତି । କେନ୍ଦ୍ରର ମୋଦି ସରକାର ଯୁବପିଢ଼ିଙ୍କ ଭବିଷ୍ୟତ ସହ ଖେଳୁଛନ୍ତି । ଏହି ସମୟରେ ସେନାରେ ଭର୍ତ୍ତି ପାଇଁ ନୂଆ ପ୍ରକ୍ରିୟାକୁ ନେଇ ଚାଲୁଥିବା ବିରୋଧର ମହାଗଠବନ୍ଧନ ସମର୍ଥନ କରିଛି । ଏବେ ଆଇସା-ଇନୌସ, ରୋଜଗାର ସଂଘର୍ଷ ସଯୁକ୍ତ ମୋର୍ଚ୍ଚା ଓ ସେନା ଭର୍ତ୍ତି ଯବାନ ମୋର୍ଚ୍ଚା ୧୮ ଜୁନ୍ରେ ବିହାର ବନ୍ଦ ପାଇଁ ଆହ୍ୱାନ କରିଛି। ଏହି ସଙ୍ଗଠନ ମାନେ ମୋଦି ସରକାରଙ୍କୁ ୭୨ ଘଣ୍ଟାର ଅଲଟିମେଟମ ଦେଇ କହିଛନ୍ତି , ଯଦି ସରକାର ରାଷ୍ଟ୍ରୀୟ ସୁରକ୍ଷା ସହ ଖେଳଖେଳିବା ଓ ଯୁବପିଢ଼ିଙ୍କ ମଜାକ ଉଡ଼ାଉ ଥିବା ଏହି ଯୋଜନାକୁ ଫେରସ୍ତ ନ ନିଅନ୍ତି, ତ ୧୮ ଜୁନ୍ରେ ବିହାର ବନ୍ଦ ଓ ଏହାପରେ ଭାରତ ବନ୍ଦ କରାଯିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |