୧୮ ଦିନରେ ୧୩ ଶିଶୁଙ୍କ ମୃତ୍ୟୁ ଘଟଣା,ବଦଳିଲେ CDMO

କେନ୍ଦୁଝର, ୨୨/୦୯ : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ SNCUରେ ୨୪ ଘଣ୍ଟାରେ ୪ ଶିଶୁ ଓ ୧୮ ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ଘଟଣା । ବଦଳି ହେଲେ ସିଡିଏମଓ ସୁଜାତାରାଣୀ ମିଶ୍ର। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସିଡିଏମଓ ସୁଜାତାରାଣୀ ମିଶ୍ରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏଡିଏମଓ ଭାବେ ବଦଳି ନିର୍ଦ୍ଦେଶ ଦିଆଯାଇଛି। ସେହିପରି କେନ୍ଦୁଝର ଏଡିଏମଓ କିଶୋର ଚନ୍ଦ୍ର ପୃଷ୍ଟିଙ୍କୁ କେନ୍ଦୁଝର ସିଡିଏମଓ ଭାବେ ଦାୟିତ୍ୱ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ବଦଳିଲେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । କେନ୍ଦୁଝର CDMO ସୁଜାତା ରାଣୀ ମିଶ୍ରଙ୍କୁ ନବରଙ୍ଗପୁରକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ କେନ୍ଦୁଝରର ନୂଆ CDMO ଭାବେ କିଶୋର ଚନ୍ଦ୍ର ପୃଷ୍ଟି ଦାୟିତ୍ୱ ନେବେ ।ନିକଟରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଦିନରେ ୧୩ ଶିଶୁ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସାରା ରାଜ୍ୟରେ ପ୍ରବଳ ତମ୍ବିତୋଫାନ ସହ ଜିଲ୍ଲା ମୁଖ୍ୟ ମେଡିକାଲର ସ୍ୱାସ୍ଥ୍ୟସେବାକୁ ନେଇ ପ୍ରଶ୍ନ ଉଠିଥିଲା । ବିଶେଷକରି ଏସ୍ଏନ୍‌ସିୟୁରେ ଡାକ୍ତର ଉପସ୍ଥିତ ନଥିବାରୁ ଦିନକରେ ୬ଜଣ ଶିଶୁଙ୍କ ଜୀବନ ଯାଇଥିବା ଅଭିଯୋଗ ବି ହୋଇଥିଲା | ଏଭଳି ସ୍ଥିତି ଭିତରେ ଆଜି କେନ୍ଦୁଝର ସିଡିଏମଓଙ୍କ ବଦଳି କରାଯାଇ ତାଙ୍କ ସ୍ଥାନରେ ନୂଆ ସିଡିଏମଓଙ୍କୁ ଦାୟିତ୍ୱ ମିଳିଛି । ସେପଟେ କେନ୍ଦୁଝର ମେଡିକାଲରେ ଶିଶୁ ମୃତ୍ୟୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିରୋଧୀ ବିଜେପି । ହାଇକୋର୍ଟର ଜଣେ ସିଟିଂ ଜଜ୍‌ଙ୍କ ଜରିଆରେ ଶିଶୁମୃତ୍ୟୁ ଘଟଣାର ତଦନ୍ତ କରିବାକୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଦାବି କରିଛନ୍ତି । ଶ୍ରୀ ମାଝୀ କହିଛନ୍ତି, ୧୮ ଦିନରେ ୧୩ ଶିଶୁଙ୍କ ମୃତ୍ୟୁ ହେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଅନେକ ଶିଶୁ କୁପୋଷଣର ଶିକାର ହୋଇଥିଲେ ଓ ଏ ନେଇ ଚିଠି ଲେଖି ଜଣାଇଥିଲି। ହସ୍ପିଟାଲରେ ଶିଶୁ ରୋଗ ବିଶେଷଜ୍ଞ ନଥିବାରୁ ଉପଯୁକ୍ତ ଚିକିତ୍ସା ମିଳୁନି। ୮୫୮୩ କୋଟି ଟଙ୍କା ଡିଏମ୍‌ଏଫ୍‌ରେ ଥିଲେ ବି ତାହା ଖର୍ଚ୍ଚ ହେଉନି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: