ଭୁବନେଶ୍ବର,୦୯/୧୧ : ଏନ୍ଟିଏ ଦ୍ବାରା ପରିଚାଳିତ ୟୁଜିସି ନେଟ୍ ଜୁନ୍ ସେକ୍ସନ ପରୀକ୍ଷା ନଭେମ୍ବର ୧୯, ୨୧ ଏବଂ ୨୬ରେ ହେବ । ଏନେଇ ଏନ୍ଟିଏ ପକ୍ଷରୁ ସୂଚନା ମିଳିଛି । ଆବେଦନକାରୀ ୱେବସାଇଟ୍ (www.csirnet.nta.nic.in)କୁ ଆଡମିଟ୍ କାର୍ଡ ଡାଉନ୍ଲୋଡ଼ କରିପାରିବେ । ଏହି ପରୀକ୍ଷା ଅନ୍ଲାଇନ୍ରେ କରାଯିବ। କୋଭିଡ୍ କଟକଣାକୁ ପାଳନ କରି ପରୀକ୍ଷା କରାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |