ନୂଆଦିଲ୍ଲୀ,୯।୬: ପ୍ୟାକେଡ୍ ଜୁସ୍ ଓ ଡାଏରୀ ଉତ୍ପାଦ ସହିତ ମିଳୁଥିବା ପ୍ଲାଷ୍ଟିକ୍ ଷ୍ଟ୍ର ଉପରେ ସରକାର ୧ ଜୁଲାଇର କଟକଣା ଲଗାଇବାର ପ୍ରସ୍ତୁତିରେ ଅଛନ୍ତି।ସିଙ୍ଗିଲ ୟୁଜ ପ୍ଳାଷ୍ଟିକ୍ ସରକାର ବ୍ୟାନ୍ କରିବା ପରେ ଅମୁଲ, ପେପ୍ସିକୋ ଓ କୋକା-କୋଲା ସହିତ ବହୁ ପାନୀୟ ଜଳ କମ୍ପାନୀ ଚିନ୍ତାରେ ପଡିଯାଇଛନ୍ତି। ଏହି ପଦକ୍ଷେପକୁ ଦେଖି ଦେଶର ସବୁଠାରୁ ବଡ ଡାଏରୀ ଗ୍ରୁପ ଅମୁଲ ସରକାରଙ୍କୁ ଚିଠି ଲେଖିଛି। ଅମୁଲ ସରକାରଙ୍କୁ ପ୍ଲାଷ୍ଟିକ୍ ଷ୍ଟ୍ର ଉପରେ ଲାଗିଥିବା କଟକଣାକୁ କିଛି ସମୟ ପାଇଁ ଘୁଞ୍ଚାଇବାକୁ ଅନୁରୋଧ କରିଛି। ଅମୁଲ କହିଛି, ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ଦେଶର କୃଷକଙ୍କ ଉପରେ ନକାରତ୍ମକ ପ୍ରଭାବ ପଡିବ। ଅମୁଲ ପୂର୍ବରୁ ଦେଶର ବହୁ ପାନୀୟ କମ୍ପାନୀ ପ୍ଲାଷ୍ଟିକ୍ ଷ୍ଟ୍ରକୁ ବ୍ୟାନ୍ ନକରିବା ନେଇ ସରକାରଙ୍କୁ ଦାବି କରିଥିଲେ। ହେଲେ ସରକାର ଏହି ତାଙ୍କର ଦାବିକୁ ପ୍ରତ୍ୟାଖାନ କରି ଦେଇଥିଲେ। ଅମୁଲ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମ୍ଓ) ନିକଟରେ ଗୁହାରୀ କରିଛି। ପିଏମ୍ଓକୁ ଚିଠି ଲେଖି ଅମୁଲର ପରିଚାଳନା ନିର୍ଦ୍ଦେଶକ ଆର.ଏସ୍ ସୋଢି କହିଛନ୍ତି, ପ୍ଲାଷ୍ଟିକ୍ର ଷ୍ଟ୍ର ଦୁଗ୍ଧର ବ୍ୟବହାରକୁ ବଢାଇବାରେ ସାହାଯ୍ୟ କରିଥାଏ। ସରକାରଙ୍କ ଏହି ନିଷ୍ପତ୍ତି ଅମୁଲ, ପେପ୍ସିକୋ ଓ କୋକା-କୋଲା ସହିତ ବହୁ ପାନୀୟ କମ୍ପାନୀକୁ ଚିନ୍ତାରେ ପକାଇଛି। ସରକାର ନିଜର ମନୋଭାବ ବଦଳାଇବାକୁ ମନା କରିଦେଇଛନ୍ତି ଓ କମ୍ପାନୀକୁ ବିକଳ୍ପିକ ଷ୍ଟ୍ର ଉପରେ ସ୍ବିଚ୍ କରିବାକୁ କହିଛନ୍ତି। ପିଏମ୍ଓକୁ ଲେଖା ଯାଇଥିବା ଏକ ପତ୍ରରେ କମ୍ପାନୀ ପ୍ଲାଷ୍ଟିକ୍ ଷ୍ଟ୍ର’ର ବିକଳ୍ପ ବାହାର କରିବାକୁ ସରକାରଙ୍କୁ ଆହୁରି ସମୟ ମାଗିଛନ୍ତି। ସେ କହିଛନ୍ତି କିଛି ସମୟ ଦେଲେ ୧୦ କୋଟି ଦୁଗ୍ଧ ଚାଷୀଙ୍କୁ ଆଶ୍ବସ୍ଥି ମିଳିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |