୧ ଲକ୍ଷ ୨୫ ହଜାର ଟଙ୍କାରେ ହେଲା ନିଲାମ ପ୍ରଭୁ ଗଣେଷଙ୍କ ଲଡୁ

ରାଜନଗର,୧୪/୯: ରାଜନଗର ବ୍ଲକ ଓସ୍ତିଆ ପଂଚାୟତ ବାଲିକଣାର ମା’ ଜୟଦୁର୍ଗା କ୍ଲବ ପକ୍ଷରୁ ପ୍ରତିବର୍ଷ ଜାକଜମକରେ ଗଣେଷ ପୂଜା କରାଯାଇଥାଏ । ପ୍ରତିବର୍ଷ ଶ୍ରୀ ଗଣେଷଙ୍କ ପାଖରେ ପ୍ରସାଦ ଭାବେ ଲାଗି ହୋଇଥିବା ଲଡୁକୁ ନିଲାମ କରାଯାଇଥାଏ । ଚଳିତ ବର୍ଷ ଶ୍ରୀ ଗଣେଷଙ୍କ ପାଖରେ ୭କେଜି ଓଜନର ଦୁଇଟି ଲଡୁ ପ୍ରସାଦ ଭାବେ ଲାଗି ହୋଇଥିଲା । ଏହାକୁ ନିଲାମ ଡକାଯାଇଥିଲା । ନିଲାମରେ ବଢି ସେହି ଗାଁର ଉଦୟନାଥ ଦାସ ଓ ସାହିଲ ଦାସ ବଡ ଲଡୁକୁ ୮୭ ହଜାର ୫ଶହ ଟଙ୍କାରେ ନିଲାମ ନେଇଥିବା ବେଳେ ଛୋଟ ଲଡୁକୁ ସୁଧାକର ଜେନା ୩୭ ହଜାର ୭୦୧ ଟଙ୍କାରେ ନିଲାମ ନେଇଥିଲେ । ଗତ ବର୍ଷ ଲଡୁ ଦୁଇଟି ୨ ଲକ୍ଷ ୬ ହଜାର ଟଙ୍କାରେ ନିଲାମ ହୋଇଥିଲା । କରୋନା ମହାମାରୀ ପାଇଁ ଗାଁର ଯୁବକଙ୍କ ବେପାରରେ ମାନ୍ଦାବସ୍ଥା ଥିବାରୁ ଏଥର ନିଲାମ ଅର୍ଥ କମିଛି । ଏହି ଟଙ୍କା କମିଟିରେ ରଖାଯାଇ ପୂଜା ପାର୍ବଣ ସହିତ ବିଭିନ୍ନ ଜନହିତକର କାର୍ଯ୍ୟ କରାଯାଇଥାଏ । କ୍ଲବର ସଭାପତି ରାଧାକାନ୍ତ ରାଉତରାୟ, ସଂପାଦକ ପବିତ୍ର ମୋହନ ରାଉତ, କୋଷାଧ୍ୟକ୍ଷ ଶୈଳେନ୍ଦ୍ର ଦାସ, ବାସୁଦେବ ମହାନ୍ତି, ବିପିନି ଦାସ, ଅରୁଣ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: