୨ୟ ଟି-ଟ୍ବେଣ୍ଟି: ୬୫ ରନରେ ହାରିଲା ନ୍ୟୁଜିଲାଣ୍ଡ

ଓଭାଲ ୨୦/ ୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ବେ ଓଭାଲରେ ଖେଳାଯାଉଥିବା ଦ୍ୱିତୀୟ ଟି ଟ୍ୱେଣ୍ଟି ମ୍ୟାଚରେ ଭାରତ ବିଜୟୀ ହୋଇଛି ।କିୱି ଦଳକୁ ୬୫ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ ।   ପ୍ରଥମେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ ଏବଂ ପରେ ବୋଲରଙ୍କ ଶାଣିତ ବୋଲିଂ ବଳରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚକୁ ସହଜରେ ଜିତିନେଇଛି ଭାରତ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିବା ଭାରତ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ସଂଗ୍ରହ କରିଥିଲା ୧୯୧ ରନ । ଜବାବରେ ନ୍ୟୁଜିଲାଣ୍ଡ ୧୮.୫ ଓଭରରେ ସମସ୍ତ ଓ୍ବିକେଟ ହରାଇ ମାତ୍ର ୧୨୬ ରନ କରିବାକୁ ସକ୍ଷମ ହୋଇଛି । ଯାହା ଫଳରେ ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟିକୁ ୬୫ ରନରେ ଜିତିନେଇଛି ଟିମ୍‌ ଇଣ୍ଡିଆ । ଆଜିର ମ୍ୟାଚରେ ପୁଣି ଚମକିଲେ ସୂର୍ଯ୍ୟକୁମାର ଯାଦବ ବା ସ୍କାଏ । ଅପରାଜୟ ୧୧୧ରନ କରିବା ସହ ଭାରତର ସ୍କୋରକୁ ୧୯୧ରେ ପହଞ୍ଚାଇଥିଲେ ସୂର୍ଯ୍ୟକୁମାର ଯାଦବ । ଭାରତ ଆରମ୍ଭରୁ ରିଷଭ ପନ୍ଥଙ୍କ ୱିକେଟ ହରାଇଥିଲା । ପରେ ଇଶାନ କିଶାନ ଓ ଶ୍ରେୟସ ଆୟରଙ୍କ ସହ ସୂର୍ଯ୍ୟକୁମାର ଯାଦବ ଭଲ ପାର୍ଟନର ସିପ୍ କରି ଦଳର ସ୍କୋର ୧୯୧ ରନରେ ପହଞ୍ଚାଇଥିଲେ ।ସୂର୍ଯ୍ୟକୁମାର ଯାଦବ ମାତ୍ର ୫୧ବଲରୁ ୧୧୧ ରନ ସଂଗ୍ରହ କରିଛନ୍ତି । ଅନ୍ୟପଟେ କିୱି ଦଳର ଫାଷ୍ଟ ବୋଲର ଟିମ ସାଉଦି ଏହି ମ୍ୟାଚରେ ହାଟ୍ରିକ୍ ଅର୍ଜନ କରିଛନ୍ତି । ଶେଷ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଡ୍ଡା ଓ ୱାସିଂଟନ ସୁନ୍ଦରଙ୍କ ୱିକେଟ ନେଇ ସେ ହାଟ୍ରିକ ଅର୍ଜନ କରିଛନ୍ତି । ୧୯୧ ରନକୁ ପିଛା କରି ନ୍ୟୁଜିଲାଣ୍ଡ ୧୨୬ରନରେ ଅଲଆଉଟ୍ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: