୨୦୨୩ରୁ ଦିବ୍ୟାଙ୍ଗଙ୍କୁ ମିଳିବ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ସେବା

ଭୁବନେଶ୍ଵର,୨୫/୧୨: ଆସନ୍ତା ବର୍ଷ ଅର୍ଥାତ ୨୦୨୩ ଜାନୁଆରୀ ୧ରୁ ଦେଶର ସମସ୍ତ ଦିବ୍ୟାଙ୍ଗଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ। କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଦେଶରେ ଥିବା ସମସ୍ତ ରାଷ୍ଟ୍ରୀୟ ପ୍ରତିଷ୍ଠାନ ଓ ଏହା ଅଧିନସ୍ଥ ଆଞ୍ଚଳିକ ସ୍ଥରୀୟ କେନ୍ଦ୍ର ଗୁଡିକରେ ଦିବ୍ୟାଙ୍ଗଙ୍କ ପଞ୍ଜିକରଣ, ପରୀକ୍ଷାନିରୀକ୍ଷା ଓ ଚିକିତ୍ସା ଦେୟ ସମ୍ପୂର୍ଣ୍ଣ ମୁକ୍ତ କରାଯିବ। ଏହି ସୁବିଧା ପାଇବା ପାଇଁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସ୍ୱତନ୍ତ୍ର ଦିବ୍ୟାଙ୍ଗ ପରିଚୟ ପତ୍ର (ଯୁଡ଼ିଆଇଡି) ଥିବା ଆବଶ୍ୟକ କିମ୍ଭା ଦିବ୍ୟାଙ୍ଗ ପ୍ରମାଣ ପତ୍ର ଥାଇ ଯୁଡ଼ିଆଇଡି ପାଇଁ ଆବେଦନ କରିଥିବା ଆବଶ୍ୟକ।ଏହା ବ୍ୟତୀତ, ଦିବ୍ୟାଙ୍ଗଙ୍କ ପାଇଁ ଏହି ସବୁ ପ୍ରତିଷ୍ଠାନ ଓ କେନ୍ଦ୍ର ଗୁଡିକରେ ବିଭିନ୍ନ ପାଠ୍ୟକ୍ରମରେ ଦେୟ ସମ୍ପୂର୍ଣ୍ଣ ମୁକ୍ତ ହେବ। ୨୦୨୨-୨୩ ଶିକ୍ଷା ବର୍ଷରୁ ୨ କିମ୍ବା ଅଧିକ ବର୍ଷର ଅବଧି ପାଠ୍ୟକ୍ରମରେ ୨ୟ, ୩ୟ ଓ ୪ର୍ଥ ବର୍ଷରେ ଥିବା ଦିବ୍ୟାଙ୍ଗଙ୍କୁ ଏହି ସୁବିଧା ମିଳିବ। ଏହି ସୁବିଧା ଯୋଗାଇ ଦେବା ଲାଗି ସମସ୍ତ ରାଷ୍ଟ୍ରୀୟ ପ୍ରତିଷ୍ଠାନ ଓ ଏହା ଅଧିନସ୍ଥ କେନ୍ଦ୍ର ଗୁଡିକୁ ସ୍ୱତନ୍ତ୍ର ସହାୟତା ଡେସ୍କ ଖୋଲିବା ଲାଗି ମଧ୍ୟ କୁହାଯାଇଛି। ପ୍ରତ୍ୟେକ ଶନିବାର ଓ ରବିବାର ଏହି ସେବା ଯୋଗାଇ ଦିଆଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!