୨୦୨୪ ଜାନୁଆରୀରେ ସ୍ଥାପନା ହେବେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ ୧୨/ ୦୯: ୨୦୨୪ ଜାନୁଆରୀରେ ସ୍ଥାପନା ହେବେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି । ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଚନ୍ଦ୍ରଙ୍କୁ ସ୍ଥାପନା କରାଯିବ । ୨୦୨୪ ଜାନୁଆରୀ ମାସ ମକର ସଂକ୍ରାନ୍ତି ଅବସରରେ ସ୍ଥାପନା କରାଯିବ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି । ରାମ ମନ୍ଦିର ନିର୍ମାଣକୁ ନେଇ ରବିବାର ଦିନ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।ଏହାପୂର୍ବରୁ ମନ୍ଦିରର ପ୍ରାୟ ସମସ୍ତ କାମ ସରିଯିବ ବୋଲି ଅନୁମାନ କରାଯାଉଛି ।ରାମ ମନ୍ଦିରର ଗର୍ଭଗୃହ ନିର୍ମାଣ ପାଇଁ ଚଳିତ ବର୍ଷ ଜୁନ ମାସରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ସେହପରି ୫ ଅଗଷ୍ଟ, ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଏବଂ ସେହି ଦିନଠାରୁ ମନ୍ଦିରର ନିର୍ମାଣ କାର୍ଯ୍ୟ ଜାରି ରହିଛି । ସେହିପରି ରାମ ମନ୍ଦିର ନିର୍ମାଣରେ ୧୮୦୦ କୋଟି ଖର୍ଚ୍ଚ ହେବ ବୋଲି ବର୍ତ୍ତମାନ ଆକଳନ କରାଯାଇଛି । ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ସମୟରେ ମୋଟ୍‌ ଖର୍ଚ୍ଚ ୪୦୦ କୋଟି ହୋଇପାରେ ବୋଲି ଆକଳନ କରାଯାଉଥିଲା । କିନ୍ତୁ ୧୮ ମାସ ପରେ ବର୍ତ୍ତମାନ ଏହାର ମୂଲ୍ୟ ୧୮୦୦ କୋଟିରେ ପହଞ୍ଚିପାରେ ବୋଲି କହିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ । ଏବେ ସୁଦ୍ଧା ରାମ ମନ୍ଦିର ନିର୍ମାଣର ଆନୁମାନିକ ମୂଲ୍ୟ ଆକଳନ କରାଯାଇଛି । ଆଗାମୀ ସମୟରେ ଏହା ବଢ଼ିପାରେ କିମ୍ବା କମିପାରେ ବୋଲି କୁହାଯାଉଛି । ରବିବାର ଦିନ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି । ସର୍ବସମ୍ମତି କ୍ରମେ ହିନ୍ଦୁ ଧର୍ମ ସହ ଜଡିତ ମହାନ ବ୍ୟକ୍ତିତ୍ୱ ତଥା ସାଧୁମାନଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ରାମ ଜନ୍ମଭୂମି କମ୍ପ୍ଲେକ୍ସରେ ସ୍ଥାନ ଦିଆଯିବ ବୋଲି କୁହାଯାଇଛି ।ଚମ୍ପତ ରାୟ କହିଛନ୍ତି, ମାତା ଶବରୀ, ଜଟାୟୁ, ମହର୍ଷି ବାଲ୍ମିକୀ, ମହର୍ଷି ବିଶ୍ୱାମିତ୍ର ଏବଂ ମହର୍ଷି ଅଗସ୍ତ୍ୟଙ୍କୁ ସମ୍ମାନ ଦେଇ ସେମାନଙ୍କ ନିମନ୍ତେ ପୂଜା ସ୍ଥାନ ଦେବା ପାଇଁ ଆଲୋଚନା ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: