୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡାଙ୍କ ବୈଠକ

ନୂଆଦିଲ୍ଲୀ,୨୭/୯: ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା   ପାର୍ଟିର ରାଜ୍ୟ ପ୍ରଭାରୀଙ୍କ ସହ ବୈଠକ କରିଛନ୍ତି । ଏହି ଅବସରରେ ସେ ସଂଗଠନକୁ ଅଧିକ ମଜଭୁତ କରିବା ଉପରେ ଜୋର ଦେଇଛନ୍ତି । ଏହାସହ ୨୦୨୩ ବିଧାନସଭା ନିର୍ବାଚନ ପ୍ରସ୍ତୁତିର ପ୍ରକ୍ରିୟା ଉପରେ ଚର୍ଚ୍ଚା କରିଛନ୍ତି । ଦଳର ନବନିଯୁକ୍ତ ରାଜ୍ୟ ପ୍ରଭାରୀଙ୍କ ସହ ଜେପି ନଡ୍ଡାଙ୍କ ଏହା ପ୍ରଥମ ବୈଠକ । ନଡ୍ଡାଙ୍କ ସହ ଏହି ବୈଠକରେ ବିଜେପିର ସଂଗଠନ ମହାସଚିବ ବିଏଲ ସନ୍ତୋଷ ମଧ୍ୟ ଉପସ୍ଥିତ ରହିଥିଲେ ।  ବିଭିନ୍ନ ଦଳୀୟକର୍ମୀଙ୍କୁ ଡାକି ଦଳକୁ ଆହୁରି କିପରି ମଜଭୁତ କରାଯିବ ସେ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି। ନିର୍ବାଚନରେ ଯେପରି ଦଳ ସବୁ ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରିବ ସେ ନେଇ ବିଶେଷ ଧ୍ୟାନ ଦେବାକୁ ନଡ୍ଡା କହିଛନ୍ତି।ବୈଠକରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳ୍ପବ କୁମାର ଦେବ, ବିଜେପି ମହାସଚିବ ଅରୁଣ ସିଂ, ବିନୋଦ ତାୱେଡ, ଅରୁଣ ଚୁଗ ଏବଂ ସୁନୀଲ ବଂସଲ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: