୨୦୨୬ ସୁଦ୍ଧା ଭାରତର ସେମିକଣ୍ଡକ୍ଟର ବ୍ୟବହାର ୮୦ ବିଲିୟନ ଡଲାର ପାର ହେବ :ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯/୦୪:ବେଙ୍ଗାଲୁରୁରେ ଆୟୋଜିତ ତିନି ଦିନିଆ ସେମିକନ ଇଣ୍ଡିଆ କନଫରେନ୍ସ ୨୦୨୨ର ଉଦଘାଟନୀ ଅବସରରେ ଭାରତକୁ ଦୁନିଆରେ ସେମିକଣ୍ଡକ୍ଟର ହବ କରିବା ଉପରେ ଜୋର ଦେଇଥିଲେ ପିଏମ ମୋଦୀ । ଏହାସହ ଏହି କନଫରେନ୍ସ ଭାରତକୁ ଦୁନିଆର ସେମିକଣ୍ଡକ୍ଟର ହବ କରିବାରେ ଲଞ୍ଚପ୍ୟାଡର ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମିକଣ୍ଡକ୍ଟର କ୍ଷେତ୍ରରେ ନିବେଶ କରିବା ଲାଗୁି କମ୍ପାନୀ ମାନଙ୍କୁ ଆମନ୍ତ୍ରଣ କରିଛନ୍ତି । ଏଥି ପାଇଁ ଭାରତ ସରକାର ମଧ୍ୟ ସମର୍ଥନ ପ୍ରଦାନ କରିବେ ବୋଲି ସେ କହିଛନ୍ତି । ଭାରତରେ ୨୦୨୬ ସୁଦ୍ଧା ୮୦ ଆରବ ଡଲାରର ସେମିକଣ୍ଡକ୍ଟର ନିର୍ମାଣ କରାଯିବା ନେଇ ଆଶା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଧାରା ବଜାୟ ରଖି ୨୦୩୦ ସୁଦ୍ଧା ଭାରତ ୧୧୦ ଆରବ ଡଲାରର ସେମିକଣ୍ଡକ୍ଟର ଉତ୍ପାଦନ କରୁଥିବା ବୋଲି ସେ କହିଛନ୍ତି । ପିଏମ ମୋଦୀ କହିଛନ୍ତି, ସେମିକଣ୍ଡକ୍ଟର ଅନେକ ଦିଗରୁ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି, ଯାହାର କଳ୍ପନା ବାହାରେ । ‘ଭାରତକୁ ବୈଶ୍ୱିକ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାରେ ଏକ ସହଭାଗୀ ରୂପରେ ସ୍ଥାପନ କରିବା ଦିଗରେ ଆମ ସମସ୍ତଙ୍କ ମିଳିତ ପ୍ରୟାସ ରହିବା ଜରୁରୀ’। ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଭାରତ ରିସ୍କ ନେବାକୁ ପ୍ରସ୍ତୁତ, ଉଦ୍ୟୋଗ ଗୁଡିକ ସପକ୍ଷରେ ପଦକ୍ଷେପ ନିଆଯାଇଛି, ଏଠି ଭାରତର ଅର୍ଥ ବିଜନେସ’। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଆର୍ଥିକ ବିକାଶ ଦ୍ରୁତ ଗତିରେ ଆଗକୁ ବଢୁଛି। କିଛି ସପ୍ତାହ ମଧ୍ୟରେ ନୂଆ ୟୁନିକର୍ନ ସୃଷ୍ଟି ହୋଇଛନ୍ତି। ୨୦୨୬ ସୁଦ୍ଧା ଭାରତର ସେମିକଣ୍ଡକ୍ଟର ବ୍ୟବହାର ୮୦ ବିଲିୟନ ଡଲାର ପାର ହେବ। ଦେଶରେ ବ୍ୟବସାୟକୁ ସରଳ କରିବା ପାଇଁ ଅନେକ ସୁଧାର ଅଣାଯାଇଛି। ଦେଶରେ ୨୫,୦୦୦ ଅଭିଯୋଗକୁ ଶେଷ କରାଯାଇଛି ଏବଂ ଲାଇସେନ୍ସର ନବୀକରଣକୁ ସରଳ କରିବା ଦିଗରେ ପ୍ରୋତ୍ସାହିତ କରାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: