ତେଲେଙ୍ଗାନା, ୩୦।୪: ତେଲାଙ୍ଗାନାର ୟାଦାଦ୍ରି-ଭୋଙ୍ଗିର ଜିଲ୍ଲାର ମନ୍ଦିର ନଗର ଯାଦାଗିରିଗୁଟ୍ଟାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ୨୦ ବର୍ଷର ପୁରୁଣା କୋଠାର ଏକ ଅଂଶ ଭୁଶୁଡ଼ି ପଡ଼ିବା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଛି ଓ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପୋଲିସର ସୂଚନା ଅନୁସାରେ ପ୍ରାୟ ୨୦ ବର୍ଷ ପୁରୁଣା ଏହି କୋଠାର ତଳ ମହଲାରେ ଦୋକାନ ଏବଂ ପ୍ରଥମ ମହଲାରେ ଘର ଥିଲା । ଯାଦାଗିରିଗୁଟ୍ଟାରୁ ଏହା ପ୍ରାୟ ୬୦ କିଲୋମିଟରରେ ଦୂରରେ ଅଛି । ପୋଲିସର ସୂଚନା ଅନୁସାରେ ଏହି କୋଠାର କିଛି ଅଂଶ ତଳେ ବସିଥିବା ଲୋକମାନଙ୍କ ଉପରେ ପଡିଯାଇଥିଲା । ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖରାପ ଗୁଣବତ୍ତାରେ ନିର୍ମାଣ ଯୋଗୁଁ ଏଭଳି ଅଘଟଣ ଘଟିଥିବା ପୋଲିସ କହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |