ବଲାଙ୍ଗିର,୨୯।୫: ପ୍ରାୟ ୨୦ ଲକ୍ଷ ଟଙ୍କାର କଫ ସିରପ ଚୋରା ଚାଲାଣ ବେଳେ ଗତକାଲି ବିଳମ୍ବିତ ରାତିରେ ପୁଲିସ ଚଢାଉ କରି ଜବତ କରିଛି । ତୁରେକେଲା ଉପକଣ୍ଠସ୍ଥ ଏକ ଜଙ୍ଗଲ ନିକଟରୁ ପୁଲିସ ଏହା ଜବତ କରିଛି । ଟ୍ରକରେ କଫ ସିରପ ଚାଲାଣ ବେଳେ କଣ୍ଟାବାଞ୍ଜି ଏବଂ ତୁରେକେଲା ପୁଲିସ କୌଣସି ସୂତ୍ରରୁ ଖବର ପାଇ ତୁରେକେଲା ଉପକଣ୍ଠସ୍ଥ ଏକ ଜଙ୍ଗଲ ନିକଟରୁ ଚଢ।ଉ କରିଥିଲା । ସେଠାରେ ଥିବା କେ ଏ ୫୨ ବି ୧୧୫୫ ନମ୍ବର ଥିବା ଗାଡିକୁ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ୧୪ହଜାର ୪ଶହ ବୋତଲ କଫସିରଫ, କିଛି ନିଶା ଟ୍ୟାବଲେଟ ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ହେବ ବୋଲି ଏସପି ନିତିନ କୁଶଳକର ସୂଚନା ଦେଇଛନ୍ତି ।ସେହିପରି ଚାଲାଣ କରିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନଗଦ ୧୩ହଜାର ୫ଶହ ଟଙ୍କା ଜବତ କରିଛି । ତେବେ କଫସିରପରେ ନିଶା ଟ୍ୟାବଲେଟ ମିଶାଇ ନିଶାମାତ୍ରାକୁ ଆହୁରି ବୃଦ୍ଧି କରାଯାଉଥିବା ପୁଲିସ ସନ୍ଦେହ କରୁଛି । ତେବେ ଦୀର୍ଘଦିନ ପରେ ଜିଲ୍ଲାରେ ଏତେ ମାତ୍ରାରେ କଫସିରପ ଜବତ ହେବା ପରେ ପୁଣି ନିଶା କାରବାର ସକ୍ରିୟ ହୋଇଥିବା ଅଭିଯୋଗ ହୋଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |