୨୩ରୁ ଆଦିବାସୀ ମେଳା

ଭୁବନେଶ୍ୱର,୨୧/୪: ଆସନ୍ତା ୨୩ ତାରିଖରୁ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ଆରମ୍ଭ ହେବ । ଖାରବେଳ ନଗର ପ୍ରଦର୍ଶନୀ ପଡିଆରେ ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ଅନୁଷ୍ଠିତ ହେବ। ଆଦିବାସୀ ମେଳା ଅପରାହ୍ନ ୩:୩୦ ରୁ ୯:୩୦ ପର୍ଯ୍ୟନ୍ତ ଖୋଲା ରହିବ । ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ୧୦୦ ଟି ଷ୍ଟଲ୍ ରହିବ ଯେଉଁଥିରେ ୮୦ ଟି ଷ୍ଟଲରେ ଆଦିବାସୀ ସଂସ୍କୃତି ଦେଖିବାକୁ ମିଳିବ । ବିଭିନ୍ନ ରାଜ୍ୟରୁ ଆସିଥିବା ଆଦିବାସୀ କଳାକାରମାନେ ମଧ୍ୟ ସେମାନଙ୍କର ପରମ୍ପରା ପ୍ରଦର୍ଶନ କରିବେ । ଚଳିତ ବର୍ଷ ପାରମ୍ପାରିକ ଆଦିବାସୀ ଖାଦ୍ୟ ଉପଲବ୍ଧ ନ ଥିବାରୁ ଲୋକମାନେ ନିରାଶ ହୋଇପାରନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: