ଓଡିଶା ମୋ ପରିବାର ପକ୍ଷରୁ ମେଗା ରକ୍ତଦାନ ଶିବିର
ରାଜକନିକା,୨୩/୯:ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ରକ୍ତ ଅଭାବ ଦୂର କରିବାର ପ୍ରୟାସକୁ ସାକାର କରିବା ପାଇଁ ରାଜକନିକାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଳାଭର କଲେଜ ପରିସରରେ ଆୟୋଜିତ ଏହି ମେଗା ରକ୍ତଦାନ ଶିବିରକୁ ଆଳି ବିଧାୟକ ପ୍ରତାପକେଶରୀ ଦେବଙ୍କ ପ୍ରତିନିଧି ବିକାଶ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଧାୟକଶ୍ରୀ ଦେବଙ୍କ ପ୍ରେରଣାରେ ବ୍ରତୀ ଥିବା ଆୟୋଜକମାନଙ୍କ ନିଷ୍ଠା ଓ ପରୋପକାରୀ ମନୋଭାବରୁ ଉତ୍ସାହୀ ୨୩୮ ଜଣ ସ୍ୱେଚ୍ଛାକୃତ ରକ୍ତଦାତା ରକ୍ତଦାନ କରି ପ୍ରେରଣାଦାୟୀ ହୋଇଛନ୍ତି । ଅପରାହ୍ନ ସୁଦ୍ଧା ଜାରି ରହିଥିବା ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ବହୁ ରକ୍ତଦାତା ଉତ୍ସାହୀ ଯୁବକମାନେ ସମୟ ଅଭାବ କାରଣରୁ ରକ୍ତ ଦାନରୁ ବଂଚିତ ହୋଇ ଫେରିଯିବାକୁ ବାଧ୍ୟ ହୋଇଥିଲେ । ଓଡିଶା ମୋ ପରିବାର,ବିଜୁ ଯୁବ ଜନତା ଦଳ ଏବଂ ପ୍ରତାପ ଦେବ ଫ୍ୟାନ କ୍ଲବର ମିଳିତ ଉଦ୍ୟମରେ ଏହି ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
ଏହି ମେଗା ରକ୍ତଦାନ ଶିବିରରେ କଟକ ଓ କେନ୍ଦ୍ରାପଡା ରେଡକ୍ରସ ଦଳ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ରାଜକନିକା ପଂଚାୟତ ସମିତିର ଅଧ୍ୟକ୍ଷା ସାବିତ୍ରୀ ଦାସ,ସାଂସଦଙ୍କ ପ୍ରତିନିଧି ପବିତ୍ର ରାଉତ,ଓଡିଶା ମୋ ପରିବାରର ସଂଯୋଜକ କାଳୀପ୍ରସନ୍ନ ମିଶ୍ର, ସହ ସଂଯୋଜକ ହିରଣ୍ୟ ପଣ୍ଡା, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ରାଜେଶ ଦାସ, ବିଜୁ ଯୁବ ଜନତା ବ୍ଲକ ସଭାପତି ଅୟସକାନ୍ତ ସାମଲ,ପ୍ରାକ୍ତନ ଅଧ୍ୟକ୍ଷ କପିଳେନ୍ଦ୍ର ମଲିକ, ପ୍ରାକ୍ତନ ସମିତି ସଭ୍ୟ ଭରତ ମହାପାତ୍ର,ଶ୍ରୀନିବାସ ପ୍ରଧାନ, ପ୍ରମିଳା ସାମଲ, ହରିଶ୍ଚନ୍ଦ୍ର ମହାପାତ୍ର, ନିରଂଜନ ନାୟକ, ଉତ୍ତମ ସେନାପତି ଏବଂ ସରପଂଚ ସୁବଳ ଦାସ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ମେଗା ରକ୍ତଦାନ ଶିବିର ଭଳି ରାଜକନିକାରେ ଜନହିତକର କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବ । ଏହା ସହିତ ବିଜୁ ଜନତା ଦଳ ପରିବାର ପକ୍ଷରୁ ଆଳି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ବିଧାୟକ ଶ୍ରୀଦେବଙ୍କ ପ୍ରଚେଷ୍ଠାରେ କାର୍ଯ୍ୟକାରୀ କରାଯିବା ନେଇ ବିଧାୟକଙ୍କ ପ୍ରତିନିଧି ଶ୍ରୀଦାସ କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |