ନୀଳଗିରି, ୨୪/୧୨ : ୨୪୨ ଗ୍ରାମ ଧଳାଜହର , ଜଣେ ଗିରଫ|ମୋବାଇଲ ସ୍କ୍ଵାର୍ଡ ହାତରେ ପୁଣି ଧରା ପଡିଲେ ଧଳା ଜହର ମାଫିଆ। ନୀଳଗିରି ସନ୍ତରାଗଡ଼ିଆ ସରକାରୀ ବିଦେଶୀ ଠିପି ବନ୍ଦ ମଦ କାଉଣ୍ଟର୍ ଦୋକାନ ନିକଟରୁ ଏକ ଦୋକାନରେ ବାଲେଶ୍ଵର ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ଵାର୍ଡ ଓ ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ୨୪୨ ଗ୍ରାମ ଧଳା ଜହର ଜବତ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।ବାଲେଶ୍ଵର ଜିଲ୍ଲା ସନ୍ତାରାଗଡ଼ିଆ ଅଞ୍ଚଳରୁ ୨୪୨ ଗ୍ରାମର ବ୍ରାଉନସୁଗର ଜବତ। ବାଲେଶ୍ଵର ଭ୍ରାମ୍ୟମାଣ ଅବକାରୀ ବିଭାଗ ଓ ନୀଳଗିରି ଅବକାରୀ ବିଭାଗ ମିଳିତ ଚଢାଉ କରି ଏହି ବ୍ରାଉନସୁଗର ଜବତ କରିଛି। ଏହା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ନୀଳଗିରି ଥାନା ଅଧିନ ସନ୍ତରାଗଡ଼ିଆ ଅଞ୍ଚଳରେ ବ୍ରାଉନସୁଗାର କାରବାର ବୃଦ୍ଧି ହେବା ନେଇ ଅଭିଯୋଗ ହୋଇ ଆସୁଥିଲା। ଆଜି ଅବକାରୀ ଭ୍ରାମ୍ୟମାଣ ବିଭାଗର ସହାୟତାରେ ନୀଳଗିରି ଅବକାରୀ ଓଇଆସି ବିଶ୍ଵନାଥ ପରିଡା ଅନ୍ୟ କର୍ମଚାରୀଙ୍କ ସହ ସନ୍ତାରାଗଡ଼ିଆ ଅଞ୍ଚଳର ପାଗୁଲୁ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ କରିଥିଲେ। ଏହି ସମୟରେ ୨୪୨ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଏହା ସହ ଅବକାରୀ ବିଭାଗ ପାଗୁଲୁଙ୍କୁ ଗିରଫ କରିଛି। ଜବତ ହୋଇଥିବା ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏନେଇ ନୀଳଗିରି ଅବକାରୀ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |