କଟକ-୧୬/୩(ଓଡ଼ିଆନ୍ ନିଉଜ୍):ଆଜି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଟକ ଜଗତପୁର ଗୋଲେଇଛକରେ ଥିବା ଏକ ଚା ଦୋକାନ ଉପରେ ପୋଲିସ ଚଢ଼ାଉ କରି ୨୫୦ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ଦୁଇ ଜଣଙ୍କୁ ଅଭିଯୁକ୍ତକୁ ଗିରଫ କରିଛି।ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ, ସୁଧୀର କୁମାର ମହାନ୍ତି(କାଳିଆ),ଓ ବିକ୍ରମ ସାମଲ(ଭିକି) ନାମକ ଦୁଇଜଣ ଅସାମାଜିକ ଯୁବକ ଏଠାରେ ବ୍ରାଉନ ସୁଗର ଚୋରା ବେପାର କରୁଥିଲେ।ଏମାନେ ହେଉଛନ୍ତି ଅଭ୍ୟାସ ଗତ ନିଶା ବେପାରୀ।ସୁଧୀର ପୂର୍ବରୁ ଦୁଇଥର ଚୋର ନିଶା କାରବାର ଅଭିଯୋଗରେ ଜେଲ ଯାଇ ଜାମିନ ରେ ଆସି ପୁଣି ତାର ନିଶା କାରବାର ଚାଲୁ ରଖିଥିଲା।ଜବତ ହୋଇଥିବା ବ୍ରାଉନ ସୁଗର ର ମୂଲ୍ୟ ଆନୁମାନିକ ୨୬ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |