୨୬ରୁ ବାରବାଟୀ​‌ରେ ଲିଜେଣ୍ଡସ ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ

କଟକ,୨୨/୦୯: ୨୬ରୁ ବାରବାଟୀ​‌ରେ ଲିଜେଣ୍ଡସ ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ|ବାରବାଟୀ ଷ୍ଟାଡିୟମ୍‌ରେ ଆସନ୍ତା ୨୬ରୁ ଲିଜେଣ୍ଡସ ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତିନୋଟି ମ୍ୟାଚ ଖେଳାଯିବ । ଏନେଇ ଆସନ୍ତା ୨୩ ତାରିଖରୁ ଅଫଲାଇନ୍‌ ଟିକେଟ ବିକ୍ରି କରାଯିବ ବୋଲି ଆୟୋଜକ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ଟିକେଟ କାଉଣ୍ଟର ଗୁଡିକୁ ଖୋଲିବା ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ପ୍ରସ୍ତୁତି ଚାଲିଛି । ଅନ୍ୟପକ୍ଷରେ ଲିଜେଣ୍ଡସ ଲିଗ୍‌ କ୍ରିକେଟର ଅଫିସିଆଲ ଷ୍ଟାଫ୍‌ ବୁଧବାର କଟକରେ ପହଞ୍ଚିଛନ୍ତି । ଓସିଏ କାର୍ଯ୍ୟାଳୟରେ ସନ୍ଧ୍ୟାରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ଯେଉଁଥିରେ ଓସିଏର ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଛି । ବିଶେଷକରି କାଉଣ୍ଟର ଟିକେଟ ବିକ୍ରି ଦିଗରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଦର୍ଶକଙ୍କ ଉତ୍କଣ୍ଠା ଆଶାନୁରୂପ କମ୍‌ ଥିବା ହେତୁ କେତେ ସଂଖ୍ୟକ ଟିକେଟ କାଉଣ୍ଟରକୁ ଯିବ ତାହାକୁ ନେଇ ଆଲୋଚନା କରାଯାଇଥିଲା । ଗୁରୁବାର ଏ ସଂକ୍ରାନ୍ତରେ ସ୍ପଷ୍ଟ ଘୋଷଣା କରାଯିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି ।ଅନ୍ତର୍ଜାତୀୟ ମ୍ୟାଚ୍‌ ତୁଳନାରେ ଟିକେଟ ଦର ଯଥେଷ୍ଟ କମ୍‌ ରହିଛି । ଗ୍ୟାଲେରୀ ନଂ-୨ ଓ ୪ର ଟିକେଟ ମୂଲ୍ୟ ୩୫୦ ଟଙ୍କା ଥିବା ବେଳେ କ୍ଲବ୍‌ ହାଉସ୍‌ ପ୍ରଥମ ମହଲା ଟିକଟ ମୂଲ୍ୟ ୮୫୦ ଟଙ୍କା ଓ କର୍ପୋରେଟ ବକ୍ସ ଟିକଟ ମୂଲ୍ୟ ୪,୮୦୦ ଟଙ୍କା ଅଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: