ରାଜକନିକା. ୨।୨:ରାଜକନିକା ବ୍ଲକ ଅନନ୍ତପୁରୁ ଗାଁ ର ମା ମଙ୍ଗଳା ଯୁବକ ସଂଘ ପକ୍ଷରୁ ଆୟୋଜିତ ୨୭ ତମ ସହୀଦ ପ୍ରଭାତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣମେଣ୍ଟ ର ଫାଇନାଲ ମ୍ୟାଚ ରେ ଜଗlବଳିଆ କ୍ରିକେଟ ଟିମ, ଜାଗୁଳାଇପଡା ଟସ ଜିତି ପ୍ରଥମ ମେ ବ୍ୟାଟିଙ୍ଗ କରିବାକୁ ନିଷ୍ପତି ନେଇଥିଲା l ୨0 ଓଭର ଖେଳ ଖେଳି ସମସ୍ତ ଉକେଟ ହରାଇ ୧୬୩ ରନ ସଂଗ୍ରହ କରିଥିଲା l ଏହାର ଜବାବ ରେ ରଘୁନାଥ କ୍ରିକେଟ ଟିମ, କୋଇଲିପୁରୁ ୧୪ଓଭର ଖେଳ ଖେଳି ସମସ୍ତ ଉକେଟ ହରାଇ ୧00ରନ ସଂଗ୍ରହ କରିଥିଲା l ଏହି ଫାଇନାଲ ମ୍ୟାଚରେ ଜଗବଳିଆ କ୍ରିକେଟ ଟିମ ବିଜୟୀ ହୋଇଛି l ଏହି ଖେଳରେ ପ୍ରଫୁଲ୍ଲ କୁମାର ରାଉତ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଜିଲ୍ଲା ବିଜେପି ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା ଓ ସମ୍ମାନିତ ଅତିଥିଭାବେ ଏସ ଏନ କଲେଜ ର ପୂର୍ବତନ ଅଧକ୍ଷ ବୈକୁଣ୍ଠ ନାଥ ପରିଡା, ଜୟନଗର ପଞ୍ଚାୟତ ର ସରପଞ୍ଚ ପ୍ରଦୀପ୍ତ କୁମାର ଦାସ ଓ ଜୟନଗର ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ରାଧାଶ୍ୟାମ ରାଉତ ଯୋଗ ଦେଇ ବିଜୟୀ ଦଳକୁ ଟ୍ରଫି ସହ କ୍ୟାସ ପ୍ରାଇଜ ପ୍ରଦାନ କରିଥିଲେ l ଏହି ଖେଳରେ ମ୍ୟାନ ଅଫ ଦି ସିରିଜ ହୋଇଥିଲେ ଜଗlବଳିଆ କ୍ରିକେଟ ଟିମ ର ବିପ୍ଳବ ବିଶ୍ୱାଳ,ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ ଜଗlବଳି କ୍ରିକେଟ ଟିମ ର ବୁବୁନା ବାରିକ,ବେଷ୍ଟ ବୋଲର ହୋଇଥିଲେ ରଘୁନାଥ କ୍ରିକେଟ ଟିମ କୋଇଲି ପୁରୁର ଖେଳାଳି ଅମିନି ଖାଁ ଙ୍କୁ ଅତିଥିମାନେ ପୁରସ୍କାର ପୁରସ୍କାର ପ୍ରଦାନ କରିଥିଲେ l ଏହି ମ୍ୟାଚ ରେ ଖେଳ ପରିଚାଳନା କରିଥିଲେ ବିକ୍ରମ ନାୟକ ଓ ଦେବେନ୍ଦ୍ର ପ୍ରଧାନ l ଏହି ଖେଳରେ ଜନ୍ମଜୟ ରାଉତ ଓ ରୂପକାନ୍ତ ସୂତାର ଭାଷ୍ୟକାର ଭାବେ ଯୋଗ ଦେଇଥିଲେ l ମା ମଙ୍ଗଳା ଯୁବକ ସଂଘର ସଭାପତି ସମରେନ୍ଦ୍ର ବେହେରା,କୋଷାଧକ୍ଷ ଦେବେନ୍ଦ୍ର ରାଉତ, ମ୍ୟାନେଜର ଅଞ୍ଚଳ କୁମାର ନାୟକ ଙ୍କ ସହ କ୍ଳବର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |