ନବରଙ୍ଗପୁର୦୭/୦୩ (ମିହିର ଶଙ୍କର ପାତ୍ର ) :-ମାର୍ଚ୍ଚ ୨୭ତାରିଖରେ ଓକିଲ ସଂଘ ନିର୍ବାଚନ ନିର୍ବାଚନ ପାଇଁ ଶନିବାର ଠାରୁ ନାମାଙ୍କନପତ୍ର ବିକ୍ରି ଆରମ୍ଭ ହୋଇଛି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ନାମାନଙ୍କପତ୍ର ବିକ୍ରି ଓ ଦାଖଲ ପାଇଁ ଦିନ ଧାର୍ଯ୍ୟ କରା ଯାଇଛି । ୧୦ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବା ପରେ ୧୧ ତାରିଖରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୧୩ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଓ ୧୫ ତାରିଖରେ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ଆସନ୍ତା ୨୭ ତାରିଖ ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଏବଂ ଅପରାହ୍ନ ୪ଟାରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ । ବରିଷ୍ଠ ଆଇନଜୀବୀ ମନୋହର ମହାନ୍ତିଙ୍କୁ ନିର୍ବାଚନ ଅଧିକାରୀ ଏବଂ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମହାପାତ୍ରଙ୍କୁ ସହକାରୀ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ଶନିବାର ପ୍ରଥମ ଦିନରେ କୌଣସି ନାମାଙ୍କନପତ୍ର ବିକ୍ରି ହୋଇ ନଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |