ଭୁବନେଶ୍ୱର, ୨୬/୧୦: ଓଡିଶା ଟୁରିଜିମ ଏବଂ ଏଫଆଇସିସିଆଇର ମିଳିତ ସହଯୋଗରେ ଓଡ଼ିଶା ଟ୍ରାଭେଲ ବଜାର ଅନୁଷ୍ଠିତ କରିବାକୁ ଯାଉଛି ଚତୁର୍ଥ ସଂସ୍କରଣ। ଆସନ୍ତା ୨୮ ରୁ୩୦ ଅକ୍ଟୋବର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି। ସର୍ବଭାରତୀୟ ସ୍ତରରେ ଓଡିଶାର ପର୍ଯ୍ୟଟନକୁ ବିଶ୍ବସ୍ତରରେ ଆକର୍ଷଣ କରିବାକୁ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ମିଳିତ ଭାବେ ଓଡ଼ିଶା ଟ୍ରାଭେଲ ବଜାର 2022ର ଚତୁର୍ଥ ସଂସ୍କରଣ 28 ଅକ୍ଟୋବର 2022 ରୁ ଭୁବନେଶ୍ୱର ଓଡିଶାରେ ଆୟୋଜିତ ହେବ । ଏନେଇ ଭୁବନେଶ୍ୱରର ଏକ ହୋଟେଲରେ ପ୍ରେସ କଂଫେରେନ୍ସ ହୋଇଯାଇଛି ।ତେବେ ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ର ଗୁଡିକୁ ସୁଦୂର ପ୍ରସାରୀ କରିବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଛି । ତା ସହିତ ଏହି ପ୍ରେସ କଂଫେରେନ୍ସରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ସବୁର ବିକାଶ ପାଇଁ ମଧ୍ୟ ବିଭିନ୍ନ ଦିଗରୁ ଆଲୋଚନା କରାଯାଇଥିଲା । ଏଥିରେ ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଓଡିଶା ବୁଲି ଦେଖିବାକୁ ଆସୁଛନ୍ତି । ତେଣୁ ରାତି ରହଣୀ ବି ବଢୁଛି । ଆଉ ତାକୁ ଦୃଷ୍ଟିରେ ରଖି ଆଗକୁ ପର୍ଯ୍ୟଟନ ଶିଳ୍ପର ବିକାଶ ଦିଗରେ ଚିନ୍ତା କରାଯାଉଛି ବୋଲି କୁହାଯାଇଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଭାରତର ଘରୋଇ କ୍ରେତା ତଥା ଆନ୍ତର୍ଜାତୀୟ ବଜାରରେ ଓଡିଶାରେ ପର୍ଯ୍ୟଟନ ସ୍ଥଳ ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିବା । ଏହି ପରିପ୍ରେକ୍ଷୀରେ ରାଜ୍ୟର ଏକ ନୂତନ ଦୃଷ୍ଟିଭଙ୍ଗୀକୁ ଦୃଷ୍ଟିରେ ରଖି ଓଡିଶାକୁ ବିଶ୍ୱ ମାନ୍ୟତାର ଏକ ବିବିଧ ପର୍ଯ୍ୟଟନ ହବ୍ ଭାବରେ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ଏହି ଦିଗରେ ରଣନୀତି କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ଘରୋଇ ଟୁର୍ ଅପରେଟର୍ସ ଏବଂ ବିଦେଶୀ ଟୁର୍ ଅପରେଟର୍ସ ସହିତ ପର୍ଯ୍ୟଟନ ବିକ୍ରେତା ମଧ୍ୟରେ B2G meetings ଉପରେ ଧ୍ୟାନ ଦିଆଯିବ । ଏହା ପରେ ଓଡିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ପରିଚିତ ଯାତ୍ରା କରାଯିବ । ଏହି କାର୍ଯ୍ୟକ୍ରମରେ ନିବେଶକ ଏବଂ ଏୟାରଲାଇନ୍ସ ଅପରେଟର୍ସ ସହିତ B2G ମିଟିଂ ମଧ୍ୟ ଯୋଜନା କରାଯାଇଛି । ବିକ୍ରେତାମାନେ 3 ଦିନିଆ ପ୍ରଦର୍ଶନୀରେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |