ନୂଆଦିଲ୍ଲୀ,୫ ।୨: : ଆଦାନି ଗ୍ରୁପ୍ ଦ୍ୱାରା ଏହାର ବିଭିନ୍ନ କମ୍ପାନୀର ଷ୍ଟକ୍ ମୂଲ୍ୟରେ ଜାଲିଆତି କରାଯାଇଥିବା ସମ୍ପର୍କରେ ଆମେରିକୀୟ ସଂସ୍ଥା ହିଣ୍ଡେନ୍ବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶ କରିବା ପରେ ତାହାକୁ ନେଇ ଭାରତରେ ଅର୍ଥନୈତିକ ଓ ରାଜନୈତିକ ସ୍ତରରେ ହଇଚଇ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ ଦୁଇଦିନ ହେଲା ସଂସଦର କାର୍ଯ୍ୟ ସ୍ୱାଭାବିକ ଭାବରେ ଚାଲିପାରୁନାହିଁ। ତାହାସହିତ ଆଦାନି ଗ୍ରୁପ୍ କମ୍ପାନୀ ସହିତ ବିଭିନ୍ନ ବ୍ୟାଙ୍କ ଏବଂ ଅନ୍ୟାନ୍ୟ କମ୍ପାନୀର ସେୟାର ମୂଲ୍ୟ ହ୍ରାସ ପାଇଛି। ଏଥିଯୋଗୁ ଭାରତୀୟ ନିବେଶକ ବିପୁଳ ଅର୍ଥ ହରାଇଛନ୍ତି। ଆଦାନୀ ଗ୍ରୁପ୍ ବିରୁଦ୍ଧରେ ହିଣ୍ଡେନ୍ବର୍ଗ ଯେଉଁ ରିପୋର୍ଟ ଆଣିଛି, ସେଥିରେ କୁହାଯାଇଛି ଯେ, ଗୌତମ ଆଦାନୀ ପ୍ରାୟ ୨୯ ଜାଲ୍ କମ୍ପାନୀ ସୃଷ୍ଟି କରି ସେହି କମ୍ପାନୀ ଜରିଆରେ କମ୍ପାନୀର ସେୟାରକୁ ଅଧିକ ମୂଲ୍ୟରେ କ୍ରୟ କରି ନିଜ କମ୍ପାନୀର ସେୟାର ମୂଲ୍ୟକୁ ଅଯଥାରେ ବୃଦ୍ଧି କରିଛନ୍ତି। ଏହି ପ୍ରକ୍ରିୟାରେ ଆଦାନୀ ଗ୍ରୁପ୍ ନିବେଶକଙ୍କଠାରୁ ବିପୁଳ ଟଙ୍କା ଠକି ନେଇଛି। ଏଥି ପାଇଁ ଆଦାନୀ ଗ୍ରୁପ୍ ଟିକସ୍ ଦେବାକୁ ପଡ଼ୁ ନଥିବା ଦେଶ ଗୁଡ଼ିକରେ ଏହି ଜାଲ୍ କମ୍ପାନୀ ସବୁ ଖୋଲିଥିଲେ। ଉକ୍ତ ଦେଶ ଗୁଡ଼ିକ ହେଉଛି ୟୁଏଇ, ମରିସସ୍ ଏବଂ କାରିବିୟାନ୍ ଦ୍ୱୀପପୁଞ୍ଜ ଆଦିରେ ରହିଛି।ଆଦାନି ଗ୍ରୁପ୍ ବିରୁଦ୍ଧରେ ହିଣ୍ଡେନ୍ବର୍ଗ ରିପୋର୍ଟ ଯେଉଁ ଅଭିଯୋଗ ଆଣିଛି, ସେଥିରେ କୁହାଯାଇଛି ଯେ ଆଦାନି ଗ୍ରୁପ୍ ବିଦେଶରେ ପ୍ରାୟ ୨୯ଟି ନକଲି କମ୍ପାନୀ ଖୋଲି ସେହି କମ୍ପାନୀଗୁଡିକ ଜରିଆରେ ଆଦାନି ଗ୍ରୁପ୍ କମ୍ପାନୀର ସେୟାରକୁ ଅଧିକ ମୂଲ୍ୟରେ କ୍ରୟକରି ବଜାରରେ ତାହାର ମୂଲ୍ୟାୟନ ଅଯଥାରେ ବୃଦ୍ଧି କରିଛି। ଏହି ପ୍ରକ୍ରିୟାରେ ଆଦାନି ଗ୍ରୁପ୍ ବିପୁଳ ଅର୍ଥ ନିବେଶକଙ୍କ ଠାରୁ ଠକି ନେଇଛି। ଆଦାନି ଗ୍ରୁପ୍ ଦ୍ୱାରା ନକଲି କମ୍ପାନୀଗୁଡିକ ଟ୍ୟାକ୍ସ ହାଭେନ୍ ବା ଆଦୌ ଟିକସ ଦେବାକୁ ପଡୁନଥିବା ଦେଶଗୁଡିକରେ ଖୋଲାଯାଇଛି। ଉକ୍ତ ରାଷ୍ଟ୍ରଗୁଡିକ ମଧ୍ୟରେ ମରିସସ୍, ୟୁଏଇ ଏବଂ କାରିବିୟାନ୍ ଦ୍ୱୀପପୁଞ୍ଜ ଆଦି ରହିଛି। ହିଣ୍ଡେନବର୍ଗ ରିପୋର୍ଟରେ କୁହାଯାଇଛି, ଜାଲ କାଗଜପତ୍ର ଉପସ୍ଥାପନ କରି ୪.୫ ବିଲିଅନ ଡଲାର ମୂଲ୍ୟରେ ଏହି କମ୍ପାନୀଗୁଡିକ ସ୍ଥାପନ କରିଛନ୍ତି। ରିପୋର୍ଟରେ ଆଉ ମଧ୍ୟ କୁହାଯାଇଛି, ଆଦାନି ଗ୍ରୁପ୍ର କିଛି ପୂର୍ବତନ ବରିଷ୍ଠ କାର୍ଯ୍ୟନିର୍ବାହୀଙ୍କ ସମେତ ଡଜନ ସଂଖ୍ୟକ ବ୍ୟକ୍ତିବିଶେଷଙ୍କ ସାକ୍ଷାତକାର, ହଜାର ହଜାର ସଂଖ୍ୟାରେ କାଗଜପତ୍ର ଯାଞ୍ଚ ଏବଂ ଅଧ ଡଜନ ରାଷ୍ଟ୍ରକୁ କ୍ଷେତ୍ର ପରିଦର୍ଶନ କରାଯିବା ପରେ ଏହି ତଥ୍ୟ ପ୍ରସ୍ତୁତ କରାଯାଇଛି। ଆଦାନି ଗ୍ରୁପ୍ ଏଭଳି ଜାଲିଆତି କରୁଥିବାବେଳେ ଏସ୍ବିଆଇ ଏବଂ ଏଲଆଇସି ସମେତ ଦେଶର ଅନ୍ୟାନ୍ୟ ଅର୍ଥଲଗାଣ ସଂସ୍ଥା ଏହି ଗ୍ରୁପ୍କୁ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା ଋଣ ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |