୨ ଲକ୍ଷ କୋଟିର ବଜେଟକୁ ମନ୍ତ୍ରୀ ପରିଷଦ ବୈଠକରେ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର ୨୭।୦୩ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା ।ପଞ୍ଚାୟତ ଓ ପୌର ନିର୍ବାଚନରେ ଶାସକ ଦଳର ସଫଳତା ପରେ ଏହା ପ୍ରଥମ କ୍ୟାବିନେଟ୍ ବୈଠକ  ରହିଥିଲା । ଉକ୍ତ ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟିର ବଜେଟକୁ ମଞ୍ଜୁରୀ ମିଳିଛି । ଆସନ୍ତା ୩୦ ତାରିଖରେ ବିଧାନସଭାରେ କାମଚଳା ବଜେଟ୍ ଉପସ୍ଥାପନ ହେବ । ଆସନ୍ତା ୩୦ରେ ବିଧାନସଭାରେ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ । ଆଲୋଚନା ପରେ ମେ ୩୧ ରେ ବଜେଟ୍ ଅନୁମୋଦନ ହେବ। ପରେ,  ତିନିମାସ ପରେ ରାଜ୍ୟସଭାର ପରବର୍ତ୍ତୀ ଅଧିବେଶନରେ ନିୟମିତ ବଜେଟ୍ ଉପସ୍ଥାପିତ ହେବ । ରାଜ୍ୟରେ ନିର୍ବାଚନ ହେତୁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଦୃଷ୍ଟିରୁ ଓଡ଼ିଶା ସରକାର ନିୟମିତ ବଜେଟ୍ ପରିବର୍ତ୍ତେ ଏକ କାମଚଳା ବଜେଟ ଆଗତ କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପାଇଁ କାମଚଳା ଆଗତ ହେବ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: