୩୦ ବର୍ଷରୁ ଅଧିକ ସମୟ ଧରି ଚାଷ କରୁଥିବା ଚାଷୀଙ୍କୁ ମିଳିପାରେ ମାଲିକାନା

ଭୁବନେଶ୍ଵର, ୨୬/୦୬ :କୌଣସି ସରକାରୀ ଜମିକୁ ୩୦ ବର୍ଷ ଧରି ଚାଷ କରି ଆସୁଥିବେ, ତେବେ ସେ ଉକ୍ତ ଜମିର ମାଲିକାନା ତାଙ୍କ ନାମରେ ହୋଇଯିବ । ଏନେଇ ରାଜ୍ୟ ସରକାର ଏକ ପଲିସି ଆଣିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୦୨୩ ଫେବୃଆରୀ ୧ ତାରିଖ ପୂର୍ବରୁ ଏହି ପଲିସି ଆଣିବାକୁ ହାଇକୋର୍ଟ କହିଥିବା ଜଣାପଡ଼ିଛି ।୦ ବର୍ଷରୁ ଉର୍ଦ୍ଧ ସମୟ ଧରି ସରକାରୀ ଜମିରେ ଚାଷ କରୁଥିବା ଚାଷୀଙ୍କୁ ଜମିର ମାଲିକାନା ପ୍ରଦାନ ପ୍ରସଙ୍ଗରେ ନୀତି ନିର୍ଦ୍ଦାରଣ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଆସନ୍ତା ୬ମାସ ମଧ୍ୟରେ ଏନେଇ ନୀତିଗତ ନିଷ୍ପତି ଗ୍ରହଣ କରିବାକୁ କୋର୍ଟ କହିଛନ୍ତି । ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଂଚଳର ବୃନ୍ଦାବନ ଜେନା ଏବଂ ଅନ୍ୟ ମାନଙ୍କ ପକ୍ଷରୁ ଆଗତ ମାମଲାର ବିଚାର କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏ ସଂକ୍ରାନ୍ତୀୟ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ସ୍ଥିତବସ୍ଥା ବଜାୟ ରହିବ ବୋଲି କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର କିଛି ଚାଷୀଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ଜବରଦଖଲ ମାମଲା ରୁଜୁ ହୋଇଥିଲା । ଉକ୍ତ ଚାଷୀମାନେ ଗତ ୧୯୮୩ରୁ କାଜୁ ଚାଷ କରି ଆସୁଥିଲେ । ଉକ୍ତ ଆଦେଶକୁ ଚାଲେଞ୍ଜ କରି ଏକ ମାମଲା ରୁଜୁ ହୋଇଥିଲା । ତେବେ ୬ ମାସ ମଧ୍ୟରେ ଏକ ପଲିସି ପ୍ରସ୍ତୁତ କରିବାକୁ ହାଇକୋର୍ଟ ରାଜ୍ୟ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । bଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ୩୦ ବର୍ଷ ପୂର୍ବରୁ କେନ୍ଦ୍ର ସରକାରଙ୍କ ଥଇଥାନ ଯୋଜନାରେ ଜମି ପାଇଥିଲେ । ପରେ ସେମାନଙ୍କୁ ଜବରଦଖଲ କରାଯିବାରୁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ.ମୁରଲୀଧର ଓ ବିଚାରପତି ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଉଭୟ ହିତାଧିକାରୀ ଓ ରାଜ୍ୟ ସରକାରଙ୍କୁ ଫାଇଦା ଦେଉଥିବା ଏକ ନୀତି ଆସିବା ଦରକାର ବୋଲି ହାଇକୋର୍ଟ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: