କଟକ, ୨୩/୦୯ : ଦୀର୍ଘ ୨ ବର୍ଷ ପରେ ହେବାକୁ ଯାଉଛି କଟକ ବାଲିଯାତ୍ରା। ୩୪ ଏକର ଜମି ବାଲିଯାତ୍ରା ପାଇଁ ରହିବ। ମହାନଦୀ ପଠା ପୋତାଯିବା ଘଟଣାକୁ ବିରୋଧ କରି ଜାତୀୟ ଗ୍ରିନ୍ ଟ୍ରିବୁନାଲ୍ (ଏନ୍ଜିଟି)ରେ ଦାୟର ମାମଲାର ରାୟ ପ୍ରକାଶ ପାଇଛି। ଏନ୍ଜିଟି ବାଲିଯାତ୍ରା ଆୟୋଜନ ପ୍ରସଂଗରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବାଲିଯାତ୍ରା ଆୟୋଜନକୁ ଯଦିଓ ଅନୁମତି ମିଳିଛି କିନ୍ତୁ ୩୪ଏକର ପରିମିତ ବାଲିଯାତ୍ରା ପଡ଼ିଆ ସଂପ୍ରସାରଣ ହୋଇପାରିବ ନାହିଁ। ଏହା ବାହାରେ ବାଲିଯାତ୍ରା ପଡ଼ିଆ ସଂପ୍ରସାରଣ କରାଯିବ ନାହିଁ, ପଡ଼ିଆରେ କଂକ୍ରିଟ ନିର୍ମାଣ ହେବ ନାହିଁ। ଅବଶିଷ୍ଟ ୩୯୨ ଏକର ଜମି ଉପରେ ଜଙ୍ଗଲ ସୃଷ୍ଟି ଉପରେ ଏନଜିଟି ଗୁରୁତ୍ବାରୋପ କରିଛନ୍ତି। ଉକ୍ତ ଅଞ୍ଚଳର ପରିମଳ ଓ ପରିଚ୍ଛନ୍ନତାକୁ ସୁନିଶ୍ଚିତ କରିବ ପ୍ରଶାସନ। କିନ୍ତୁ ସେହି ଅଞ୍ଚଳରେ କୌଣସି ପ୍ରକାର ବ୍ୟବସାୟିକ କାର୍ଯ୍ୟକଳାପକୁ ପ୍ରଶୟ ଦିଆଯିବନି । ସେହିପରି ବାଲି ଭର୍ତ୍ତି ଯୋଗୁ ବନ୍ୟା ଆଶଙ୍କା ଥିବା କଟକ ଆଖପାଖ ଅଞ୍ଚଳର ୩୮ ଗାଁର ନିରାପତ୍ତା ନେଇ ସରକାର ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ବୋଲି NGT ରାୟ ରେ ନିର୍ଦ୍ଦେଶ ଦେଇଛନ୍ତି । ଏନ୍ଜିଟି ମାମଲାର ଶୁଣାଣି କରି ଏକ ୭ଜଣିଆ ବିଶେଷଜ୍ଞ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କମିଟି ମହାନଦୀ ପଠା ଓ ବାଲିଯାତ୍ରା ପଡ଼ିଆ ପରିଦର୍ଶନ କରି ଏନ୍ଜିଟିରେ ରିପୋର୍ଟ ଦାଖଲ କରିଥିଲା।ଇଛନ୍ତି ।ପ୍ରକାର କଂକ୍ରିଟ କାମ । ଏପରିକି ପ୍ଲଡ୍ ପ୍ଲେନ ଜୋନ୍ ଅଞ୍ଚଳରେ ବିକାଶ ଲାଗି ସରକାରଙ୍କ ମାଷ୍ଟର ପ୍ଲାନ ବି ଗ୍ରହଣୀୟ ନୁହେଁ ବୋଲି ଏନଜିଟି ସ୍ପଷ୍ଟ କରିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |