ବୌଦ୍ଧ,୨୦।୧: ୩ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କଲେ ବୌଦ୍ଧ ଏସ୍ପି | ଗଞ୍ଜେଇ କାରବାରରେ ୩ ପୋଲିସ୍ କର୍ମଚାରୀଙ୍କୁ ନିଲମ୍ବନ କଲେ ବୌଦ୍ଧ ଏସ୍ପି। ବଘିଆପଡ଼ା ଫାଣ୍ଡି ଅଧିକାରୀଙ୍କ ସମେତ ୨ କନଷ୍ଟେବଳ ନିଲମ୍ବିତ ହୋଇଥିବା ସୂଚନା। ବଘିଆପଡ଼ା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ ନିଲମ୍ବିତ ହୋଇଥିବା ବେଳେ ୨ କନଷ୍ଟେବଲ ସଂଜୀବ ପ୍ରଧାନ ଓ କେଶବ ପ୍ରଧାନ ମଧ୍ୟ ନିଲମ୍ବିତ ହୋଇଛନ୍ତି। ଗଞ୍ଜେଇ ବେପାରୀଙ୍କୁ ଛାଡ଼ିଦେବା ସହ କ୍ବାର୍ଟର୍ସରେ ଗଞ୍ଜେଇ ରଖିଥିବା ନେଇ ଏମାନଙ୍କ ନାମରେ ଅଭିଯୋଗ ଆସିଛି।ସୂଚନା ଅନୁଯାୟୀ, ଏହି ୩ଜଣ କର୍ମଚାରୀ ଗଞ୍ଜେଇ କାରବାର କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ଆସିଛି । ତେଣୁ ବୌଦ୍ଧ ଏସପି ଏମାନଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି । ଏଥିରେ ବଘିଆପଡ଼ା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ ଏବଂ ୨ କନେଷ୍ଟବଳ ସଂଜୀବ ପ୍ରଧାନ ଓ କେଶବ ପ୍ରଧାନ ଚାକିରିରୁ ନିଲମ୍ବିତ ହୋଇଛନ୍ତି ।ଦୁଇଜଣ ଗଂଜେଇ ବ୍ୟବସାୟୀଙ୍କୁ ଧରି ଛାଡିଦେଇଥିବା ଅଭିଯୋଗରେ ଜଣେ ଫାଣ୍ଡି ଅଧିକାରୀ ଓ ଦୁଇଜଣ କନେଷ୍ଠବଳଙ୍କୁ ଜିଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନା ନିଳମ୍ବିତ କରିଛନ୍ତି । ସୂଚନା ଅନୁଯାୟୀ ଗତ ୧୬ ତାରିଖ ଦିନ ବଡଗୋଛାପଡା ଗ୍ରାମର ଚନ୍ଦନ ପ୍ରଧାନ ଓ ସରଜିତ ମଲ୍ଲିକ ଏକ ମଟରସାଇକେଲ ଯୋଗେ ଗଂଜେଇ ଚାଲାଣ କରୁଥିବାବେଳେ ବେରେଡାବାଡି ଛକ ନିକଟରୁ ବଘିଆପଡା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ ଓ ଦୁଇଜଣ କନେଷ୍ଠବଳ ସଂଜିବ କୁମାର ପ୍ରଧାନ ଓ କେଶବ ପ୍ରଧାନ ସେମାନଙ୍କୁ ଧରିବାପରେ ଛାଡି ଦେଇଥିଲେ । ଏନେଇ ଏସପି ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |