ନୂଆଦିଲ୍ଲୀ,୯ ।୩: ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଅନ୍ଥୋନୀ ଆଲବାନେସ୍ । ସ୍ବତନ୍ତ୍ର ବିମାନ ଯୋଗେ ଅହମ୍ମଦାଦାଦରେ ପହଞ୍ଚିଛନ୍ତି । ବିମାନରୁ ଓହ୍ଲାଇବା ପରେ ଅନ୍ଥୋନୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଗତ ୬ ବର୍ଷ ମଧ୍ୟରେ ଏହା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଭାରତ ଗସ୍ତ । ପ୍ରଧାନମନ୍ତ୍ରୀଙ୍କ ସହ ବାଣିଜ୍ୟ ଓ ପର୍ଯ୍ୟଟନ ମନ୍ତ୍ରୀ ଡନ ଫାରେଲ୍ସ, ଉତ୍ତର ଅଷ୍ଟ୍ରେଲିଆ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ଭାରତ ଆସିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ପରେ ସେ ଭାରତ ଆସିଥିବା ଟ୍ବିଟ୍ କରି ଜଣାଇଛନ୍ତି । ୪ ଦିନିଆ ଏହି ଗସ୍ତ ସମୟରେ ସେ ଅହମ୍ମଦାବାଦ, ମୁମ୍ବାଇ ଓ ନୂଆଦିଲ୍ଲୀ ଗସ୍ତ କରିବେ। ଏହା ଭାରତ ଅଷ୍ଟ୍ରେଲିଆର ସମ୍ପର୍କକୁ ଆହୁରି ଅଧିକ ମଜଭୁତ କରିବା ପାଇଁ ଐତିହାସିକ ସୁଯୋଗ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଅନ୍ଥୋନୀ ଆଲବାନେସ୍ । ଅହମ୍ମଦାବାଦରେ ପହଞ୍ଚିବା ପରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ସାବରମତି ଆଶ୍ରମ ଯାଇ ବାପୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଅହମଦାବାଦର ମୋଟେରା ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚର ଆୟୋଜନ ହେବାକୁ ଯାଉଛି । ଏହାର ବିଶେଷତ୍ୱ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଅଷ୍ଟ୍ରେଲିଆ ସମକକ୍ଷ ପ୍ରଧାନମନ୍ତ୍ରୀ ଏନ୍ଥନି ଅଲବନିଜଙ୍କ ସହ କ୍ରିକେଟ ଦେଖିବେ । ସେ ପୁରା ଦେଢ ଘଣ୍ଟା ପର୍ଯ୍ୟନ୍ତ ଷ୍ଟାଡିୟମରେ ରହିବେ ଓ ଖେଳାଳିଙ୍କ ସହ ସାକ୍ଷାତ୍ କରିବେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୂଚନା ଅନୁଯାୟୀ, ମୋଦି ତାଙ୍କ କାର୍ଯ୍ୟକ୍ରମ ଅନୁଯାୟୀ. ସାଢେ ୮ଟାରେ ସେ ତାଙ୍କର ଅଷ୍ଟ୍ରେଲିଆ ସମକକ୍ଷଙ୍କ ସହ ଷ୍ଟାଡିୟମରେ ପହଞ୍ଚିବେ । ମୋଦି ଓ ଅଲବାନିଜଙ୍କ ଗସ୍ତ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ବନ୍ଧୁତାର ୭୫ ବର୍ଷ ପୂରଣର ଅବସର । ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଷ୍ଟାଡିୟମର ସୁରକ୍ଷା ଦାୟିତ୍ୱ ଏସପିଜି ନିଜ ହାତକୁ ନେଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |