୪ଶହ ୩୦ଅଲିଭରିଡଲେ କଇଁଛଙ୍କ ଅଣ୍ଡାଦାନ, ପ୍ରତିକୂଳ ପାଗ ଯୋଗୁଁ କମୁଛି ଅଣ୍ଡାଦାନ ପ୍ରକ୍ରିୟା

ରାଜନଗର,୧୩ା୩(ପ୍ରିୟବ୍ରତ ଓଝା); ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଉପକୁଳ ନାଶୀ-୨ରେ ଅଲିଭରିଡଲେ କଇଁଛଙ୍କ ଗଣଅଣ୍ଡାଦାନ ଜାରୀ ରହିଛି । ଶୁକ୍ରବାର ରାତିରେ ନାଶୀ-୨ରେ ୪ଶହ ୩୦ ମା କଇଁଛ ସମୁଦ୍ରରୁ ଉଠିଆସି ବାଲୁକା ଶଯ୍ୟାରେ ଅଣ୍ଡା ଦେଇଥିବା ଜଣାପଡିଛି । ପ୍ରତିକୂଳ ପାଗ ହେତୁ ଗଣଅଣ୍ଡାଦାନ ବିଳମ୍ବ ହେଉଥିବା ନେଇ ପ୍ରକୃତିପ୍ରେମୀମାନେ ଆଶଙ୍କା କରିଛନ୍ତି । ବିଶେଷକରି ଅମାବାସ୍ୟା ପୂର୍ବରୁ ଓ ପରେ ଉଚ୍ଚ ଜୁଆର ଏବଂ ବର୍ଷାପାଗ ହେତୁ ମା କଇଁଛ ଅଣ୍ଡାଦାନ କରୁନଥିବା ଅନୁମାନ କରାଯାଉଛି । ସୂର୍ଯ୍ୟାସ୍ତରୁ ସୂର୍ଯ୍ୟୋଦୟ ମଧ୍ୟରେ ମା କଇଁଛ ସମୁଦ୍ରରୁ ଉଠିଆସି ବାଲୁକା ଶଯ୍ୟାରେ ଅଣ୍ଡା ଦେଇ ସାରିବା ପରେ ସମୁଦ୍ର ଗର୍ଭକୁ ଚାଲି ଯାଇଥାନ୍ତି । ଚଳିତବର୍ଷ ଅଲିଭରିଡଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିିୟା ମନ୍ଥର ଗତିରେ ଚାଲିଥିବା ଜଣାପଡିଛି । ଏହି କଇଁଛ ଅଣ୍ଡାକୁ ସମୁଦ୍ର କୁଆ, ଛଚାଂଣ, ଗୋଧି ଓ ବନ୍ୟଜୀବ ପ୍ରଭୃତି ଅଣ୍ଡାକୁ ଖାଇଦେବା ସହ ନଷ୍ଟ କରିଦେଇଥାନ୍ତି । ଗହୀରମଥା ଅଭୟାରଣ୍ୟରେ ହଜାର ହଜାର ସଂଖ୍ୟାରେ ମା କଇଁଛ ଦେଖିବାକୁ ମିଳୁଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: