୪୪ବର୍ଷରେ ସୋନା

ମୁମ୍ବାଇ,୧୭।୬: ୧୯୭୬ ଜୁନ୍ ୧୭ରେ ଜନ୍ମ ହୋଇଥିବା ଗାୟିକା ସୋନା ମହାପାତ୍ରଙ୍କ ଆଜି ଜନ୍ମଦିନ ।୪୪ବର୍ଷ ବୟସ୍କା ସୋନା ମହାପାତ୍ରଙ୍କ ଜନ୍ମ ଓଡିଶାର କଟକଠାରେ ହୋଇଥିଲା। ସେ ଭୁବନେଶ୍ୱରରୁ ଅଧ୍ୟୟନ ଶେଷ କରିଛନ୍ତି। ଏହା ପରେ ସୋନା ଇଞ୍ଜିନିୟରିଂ କଲେଜରୁ ବିଟେକ୍‌  ଡିଗ୍ରୀ ହାସଲ କରିଥିଲେ ଏବଂ ଏହାପରେ  ସିମ୍ବୋସିସରୁ ଏମ୍‌ବିଏ ଶେଷ କରିଥିଲେ । ଗୀତ ଗାଇବା ପୂର୍ବରୁ ସୋନା ପାରାଚ୍ୟୁଟ୍ ଏବଂ ମେଡିକେୟାର ଭଳି କମ୍ପାନୀରେ ବ୍ରାଣ୍ଡ ମ୍ୟାନେଜର ଭାବରେ କାର୍ଯ୍ୟ କରିଛନ୍ତି। ସୋନା ୨୦୦୫ ମସିହାରେ ସଙ୍ଗୀତକାର ଏବଂ ନିର୍ଦ୍ଦେଶକ ରାମ ସମ୍ପଥଙ୍କୁ ବିବାହ କରିଥିଲେ। ଉଭୟ ସୋନା ଏବଂ ରାମ ମଧ୍ୟ ମ୍ୟୁଜିକ୍ ପ୍ରଡକ୍ସନ୍ ହାଉସ୍ ଓମ୍ ଗ୍ରାଉନ୍ ମ୍ୟୁଜିକ୍ ର ଅଂଶୀଦାର ଅଟନ୍ତି । ମୁମ୍ବାଇରେ ଉଭୟଙ୍କର ଅଲଗା ଅଲଗା ଷ୍ଟୁଡିଓ ଅଛି  ସୋନା ମହାପାତ୍ର ବଲିଉଡରେ ଅନେକ ସୁପରହିଟ୍ ଗୀତ ଦେଇଛନ୍ତି। ବହୁ ପ୍ରତିଭାବାନ ଗାୟିକା ସୋନା ଜଣେ ସଙ୍ଗୀତକାର ଏବଂ ଗୀତିକାର । ସୋନା ହିନ୍ଦୀ ସିନେମାରେ ଗୀତ ଗାଇବା ପାଇଁ ଅଧିକ ଜଣାଶୁଣା । ସେ ଚଳଚ୍ଚିତ୍ର ଜଗତରେ ଏପରି ଜଣେ ଗାୟିକା ଯିଏ କୌଣସି ପ୍ରସଙ୍ଗରେ ବି ଖୋଲାଖୋଲି କଥା ହେବାକୁ ଭୟ କରନ୍ତି ନାହିଁ।  ସେ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି । ଆଜି ତାଙ୍କ ଜନ୍ମଦିନ ଅବସରରେ ।ତାଙ୍କର ପ୍ରସିଦ୍ଧ ଜିଙ୍ଗଲ୍ସରେ ‘ଟାଟା ସଲ୍ଟ-କଲ କା ଭାରତ ହୈ’ ଏବଂ ‘କ୍ଲୋଜଅପ୍ – ପାସ୍ ଆଓ ନା’ ଅନ୍ତର୍ଭୁକ୍ତ । ଏହା ପରେ ହିଁ ସେ ଫିଲ୍ମ ଦୁନିଆରେ ଏଣ୍ଟ୍ରି କରିଥିଲେ। ସେ ଇମ୍ରାନ ଖାନଙ୍କ ଅଭିନୀତ ‘ଡେଲି ବେଲି’ର ଗୀତ ‘ବେଦର୍ଦି ରାଜା’ ଗୀତରେ ନିଜ ସ୍ୱର ଦେଇଥିଲେ। ଲୋକମାନେ ତାଙ୍କ ସ୍ୱରକୁ ବହୁତ ପସନ୍ଦ କରିଥିଲେ, ଯାହା ପରେ ଜଣେ ଗାୟିକା ଭାବରେ ତାଙ୍କର କ୍ୟାରିଅରକୁ ଏକ ନୂଆ ନାଁ ଦେଇଥିଲେ।ସୋନା ୨୦୦୫ ମସିହାରେ ସଙ୍ଗୀତକାର ଏବଂ ନିର୍ଦ୍ଦେଶକ ରାମ ସମ୍ପଥଙ୍କୁ ବିବାହ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!