୫ଟି ସଚିବଙ୍କ ଧାମରା ଓ ଆରଡି ଗସ୍ତ: ବିଭିନ୍ନ ପ୍ରକଳ୍ପ ନେଇ କଲେ ଆଲୋଚନା

ଭଦ୍ରକ ,୨୨\୯: ଆଖଣ୍ଡଳମଣିଙ୍କ ପୀଠ ଗସ୍ତରେ   ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଓ ତାଙ୍କସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର  । ୫ଟି ସଚିବ ଗସ୍ତକୁ ନେଇ ଗତ କିଛି ଦିନ ହେବ ପୀଠରେ ପ୍ରଶାସନିକ ପ୍ରସ୍ତୁତି କରାଯାଉଛି।  ଆଜି ଅପରାହ୍ନରେ ଏକ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ରାଜ୍ୟ ସୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ଓ ୫ ଟି ସଚିବ ଭି.କେ. ପାଣ୍ଡିଆନ ବିଭିନ୍ନ ଉନ୍ନୟମୂଳକ ପ୍ରକଳ୍ପ ପାଇଁ ଭଦ୍ରକ ଜିଲ୍ଲା ଧାମରା ଓ ଆରଡି ପୀଠକୁ ଆସିଥିଲେ। ଧାମରା ହେଲି ପ୍ୟାଡରେ ପହଞ୍ଚିବା ପେରେ ସେଠାରୁ ସିଧା ଧାମରା ପୋର୍ଟ ପରିସରକୁ ଯାଇ ପୋର୍ଟର ସିଇଓ ଓ ବରିଷ୍ଠ ପଦା‌ଧିକାରୀଙ୍କ ସହ ଆଲୋଚନା କରିଥିଲେ। ଧାମରାରେ ଇଣ୍ଡଷ୍ଟ୍ରି୍ଆଲ ପାର୍କ ଓ ଧାମରା ବନ୍ଦରର ସଂପ୍ରସାରଣ ପ୍ରସଙ୍ଗ ନେଇ ଆଲେଚନା କରାଯାଇଥିବା ବେଳେ ଏନେଇ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସେଠାରେ ଉପସ୍ଥିତ ଥିବା ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର ଓ ପୋର୍ଟର ସିଇଓଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ସେଠାରୁ ପୁଣି ଅପରାହ୍ନ ୪ ଟା ୪୫ ରେ ହେ‌ଲିକ୍ୟାକ୍ଟର ଯୋଗେ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠକୁ ଆସିଥିଲେ। ଆରଡି ପୀଠରେ ପହଁଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଓ ୫ ଟି ସଚିବ ଶ୍ରୀ ପାଣ୍ତିଆନ ମନ୍ଦିରକୁ ଯାଇ ବାବା ଆଖଣ୍ଡ ମଣିଙ୍କ ଦର୍ଶନ କରିବା ସହ ମନ୍ଦିରର ପାରିପାର୍ଶ୍ବିକ ବିକାଶ ନେଇ ଜିଲ୍ଲା ଜିଲ୍ଲାପାଳ ଶ୍ରୀ ବନ୍ଦୋର ଓ ମନ୍ଦିର ସେବାୟତଙ୍କ ସହ ଆଲୋଚନା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ମନ୍ଦିର ସଂପ୍ରସାରଣ କାମ ପାଇଁ ଯେଉଁ ଅନୁଦାଦ ରାଜ୍ୟ ସରକାର ଯୋଗାଇ ଦେଇଥିଲେ। ସେଇ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହା ପୂର୍ଣ୍ଣାଙ୍ଗ ହେବାକୁ ଆଉ ଦୁଇ ମାସ ସମୟ ଲାଗିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ।ଖୁବ୍ ଶୀଘ୍ର ମନ୍ଦିରରେ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହେବ ଓ ଏଥିପାଇଁ ଅନୁଦାନ ଯୋଗାଇ ଦିଆଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରି ସାରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଓ ୫ ଟି ସଚିବ ଶ୍ରୀ ପାଣ୍ଡିଆନ ଭଦ୍ରକର ଧାମରା ଓ ଆରଡି ପୀଠକୁ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିବା ନେଇ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!