୫୩ କିଲୋ ରୁ ଉର୍ଦ୍ଧ ଗଞ୍ଜେଇ ଜବତ ୩ ଗିରଫ

ନବରଙ୍ଗପୁର ,(ମିହିର ଶଙ୍କର ପାତ୍ର)୧୦।୦୪  :ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ପୁଲିସ ଆଜି ୫୩ କିଲୋ ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ପୁଲିସ ପକ୍ଷରୁ ସୂଚନା ମିଳିଛି କି ଆଜି ଏକ ୟାମାହା ଏଫଜେଡ ବାଇକ OD -10R- 5159 ବାଇକରେ ଦୁଇଟି ପଲିଥିନ ବସ୍ତାରେ ୫୩ କିଲୋ ୫୦୦ଗ୍ରାମ ଗଞ୍ଜେଇ ଚାଲାଣ ସମୟରେ କୋଡ଼ିଙ୍ଗା ପୁଲିସ ଜବତ କରିଥିଲା । ଏଥିରେ ସମ୍ପୃକ୍ତ ପାପଡାହାଣ୍ଡି ଥାନା ଅନ୍ତର୍ଗତ ଡୁମୁରିପଦର ଗ୍ରାମର ଵାଲା ନାୟକ , ଲଛମନ ନାୟକ ଓ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ଭେଲୁଆଜୋର ଗ୍ରାମର ଡମ୍ବରୁ ନାୟକ ଙ୍କୁ ଗିରଫ କରି ତାଙ୍କ ଠାରୁ ଗୋଟିଏ ସ୍ମାର୍ଟ ଫୋନ ଦୁଇଶହ ଟଙ୍କା ସହିତ ଉକ୍ତ ବାଇକକୁ ଜବତ କରି କୋଡ଼ିଙ୍ଗା ଥାନାରେ 64/2021 ପ୍ରକାରେ ଏକ ମାମଲା ରୁଜୁ କରି ଉକ୍ତ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି କୋଡ଼ିଙ୍ଗା ଥାନା ଅଧିକାରୀ ସୁଚନା ଦେଇଛନ୍ତି ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: