୫ ଆଇଏଏସ, ୫ ଆଇପିଏସ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଦାୟିତ୍ୱ ନେଲେ

ଭୁବନେଶ୍ୱର,୨୪/୦୫ : ବାତ୍ୟା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ୫ ଆଇଏଏସ ଅଫିସରଙ୍କ ପରେ ଏବେ ୫ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ରାଜ୍ୟ ସରକାର ଦାୟିତ୍ୱ ପ୍ରଦାନ କରିଛନ୍ତି । ବାଲେଶ୍ୱର ପାଇଁ ଦିପ୍ତେଶ କୁମାର ପଟ୍ଟନାୟକ, ଭଦ୍ରକ ପାଇଁ ଅମିତେନ୍ଦ୍ର କୁମାର ସିଂ, ମୟୂରଭଞ୍ଜ ପାଇଁ ଅନିରୁଦ୍ଧ କୁମାର ସିଂ, ଜଗତସିଂହପୁର ପାଇଁ ଅମିତାଭ ଠାକୁର ଓ କେନ୍ଦ୍ରାପଡା ପାଇଁ ଜୟନାରାୟଣ ପଙ୍କଜଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।ପୂର୍ବରୁ ବାତ୍ୟା ମୁକାବିଲା ନେଇ  ୫ଜଣ ବରିଷ୍ଠ ଆଇଏଏସ୍‌ଙ୍କୁ  ୫ଜିଲ୍ଲାର ଦାୟିତ୍ୱ ଦେଇଥିଲେ ରାଜ୍ୟ ସରକାର । କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ଜିଲ୍ଲା ପାଇଁ ଶାଶ୍ୱତ ମିଶ୍ର, ଭଦ୍ରକ ଜିଲ୍ଲା ପାଇଁ ଭିଭି ଯାଦବ, ବାଲେଶ୍ୱର ଜିଲ୍ଲା ପାଇଁ ବିଶାଳ ଦେବ, ମୟୂରଭଞ୍ଜ ଜିଲ୍ଲା ପାଇଁ ସୁରେଶ ବଶିଷ୍ଟଙ୍କୁ ସରକାର ଦାୟିତ୍ୱ ଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: