୫ ଘଣ୍ଟାର ଅପରେସନ ପରେ ଯୁବକକୁ କାବୁ କରିବାକୁ ସକ୍ଷମ ହେଲା ପୁଲିସ ।

ବଲାଙ୍ଗିର୧୫/୬: ବଲାଙ୍ଗିର ଟାଉନ ଥାନା  ଶାନ୍ତିପଡ଼ାରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଆତଙ୍କ ଚଳାଇଥିବା ଯୁବକ ପୁଲିସ ହାତରେ ଧରା ପଡିଛି ।  ଯୁବକ ହାତରେ ବନ୍ଧୁକ ଧରିଥିବାରୁ ଘଟଣାସ୍ଥଳରେ ଆତଙ୍କ ଚଳାଇଥିଲା । ପ୍ରଥମେ ଘର ମାଲିକ ଓ ପରିବାରକୁ ବନ୍ଧକ ରଖିଥିଲା ବନ୍ଧୁକଧାରୀ। ନିଜ ଛାତିରେ ବନ୍ଧୁକ ଲଗାଇ କେହି ଆସିଲେ ନିଜକୁ ମାରିଦେବ କହୁଛି। ଘଟଣାସ୍ଥଳରେ sp, SDPO, ଥାନା ଅଧତ୍କାରୀ, ଅଗ୍ନିଶମ ବାହିନୀ ପହଞ୍ଚି ୫ ଘଣ୍ଟାର ଅପରେସନ ପରେ ଯୁବକକୁ କାବୁ କରିବାକୁ ସକ୍ଷମ ହୋଇଛନ୍ତି। କାବୁ କଲା ବେଳେ ଦୁର୍ବୃତ୍ତ ବିକ୍ରମ ଫାୟାରିଂ କରିଥିବା ସୂଚନା ମିଳିଛି। ବିକ୍ରମ ୨/୩ ରାଉଣ୍ଡ ଫାୟାରିଂ କରିଥିବା ଏସ୍‌ପି କହିଛନ୍ତି।

ପ୍ରକାଶ ଥାଉ କି ସିଡ଼ି ପକାଇ ଝରକା ବାଟେ ଘରେ ପଶିଥିଲେ ସଦର SDPO। SDPOଙ୍କ ସହ ଅଗ୍ନିଶମ କର୍ମଚାରୀ ବି ଘର ଭିତରକୁ ପଶିଥିଲେ। ବନ୍ଧକ ଥିବା ଲୋକଙ୍କୁ ସିଡ଼ି ଓ ରଶି ବାନ୍ଧି ପୋଲିସ ଉଦ୍ଧାର କରିଥିଲେ । ଅଣ୍ଟାରେ ରଶି ବାନ୍ଧି ସିଡ଼ି ବାଟେ ସମସ୍ତ ୩ ବନ୍ଧକକୁ ଉଦ୍ଧାର କରାଯାଇଛି। ଦୁଇ ପୁରୁଷ ଓ ଜଣେ ମହିଳାଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି।   ସକାଳେ ପୂଜା କରୁଥିଲି, ଉକ୍ତ ଯୁବକ ଘର ଭିତରକୁ ପଶି ଆସିଲା। ମୁଁ ତାଙ୍କୁ ଏସି କି ଲାଇନ୍ ମରାମତି ବାଲା ବୋଲି ଭାବିଲି। ହଠାତ ସେ ପିସ୍ତଲ ବାହାର କରି ଭାଣିଜୀ କୁଆଡ଼େ ଗଲା ବୋଲି ପଚାରିଥିଲା। ଭାଣିଜୀ କୁଆଡ଼େ ଗଲା ଡାକ୍ ବୋଲି କହିଥିଲା। ନହେଲେ ମାରିଦେବି ବୋଲି ଉକ୍ତ ଯୁବକ କହିଥିଲା। ତା ପରେ ସେ ମୋ ପୁଅକୁ ପିସ୍ତଲ ଦେଖାଇ ମାରିଦେବ ବୋଲି କହିଥିଲା। ଆମେ ସମସ୍ତେ ଗୋଟିଏ ଘରେ ପଶି ଭିତରୁ କବାଟ ଦେଇଦେଲୁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!