୫ ଦିନ ଯାଏଁ ପ୍ରବଳ ଶୀତ, ୨୩ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର,୧/୨: ରାଜ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଛି । କିଛି ଦିନ ଧରି କମିଯାଇଥିବା ଶୀତର ପ୍ରକୋପ ଆସ୍ତେ ଆସ୍ତେ ବଢିବାରେ ଲାଗିଛି। ରାଜ୍ୟରେ ଥଣ୍ଡା ଲହରୀ ଜାରି ରହିଛି। ସକାଳୁ ସକାଳୁ ପାରଦ ଖସିଯାଉଥିବା କାରଣରୁ ଅସମ୍ଭାଳ ଜାଡରେ ଥରୁଛନ୍ତି ଲୋକେ। ଶୀତ ବଢୁଥିବାରୁ ସହର ମଧ୍ୟରେ ଯାତାଆତ ବି ଅନେକ ସ୍ଥାନରେ ବାଧାପ୍ରାପ୍ତ ହେ।ଇଛି। କହିବାକୁ ଗଲେ ବିଶେଷ କରି କନ୍ଧମାଳ, ଶୀତର ପ୍ରକୋପ ଅଧିକ ରହିଛି। ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ତଳେ ରହୁଛି। ଶୀତ ବଢୁଥିବାରୁ ରାସ୍ତା କଡରେ ଓ ଚା ଦୋକାନରେ ଲୋକଙ୍କ ଭିଡ ଜମୁଥିବା ଦେଖାଯାଉଛି। ଆଜିଠାରୁ ୫ ତାରିଖ ସକାଳ ଯାଏଁ ପ୍ରବଳ ଶୀତ ଲହରି ରହିବ ବୋଲି ଆଶଙ୍କା କରାଯାଉଛି । ଏଥିପାଇଁ କାଲି ସକାଳ ଯାଏ ୭ ଜିଲ୍ଲାକୁ ଅରେଞ୍ଜ ଓ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ବଲାଙ୍ଗିର ଓ କନ୍ଧମାଳକୁ ପ୍ରବଳ ଶୀତ ଲହରି ନେଇ ସର୍ତକ ସୂଚନା ଦିଆଯାଇଛି । ସେହିପରି ୟେଲୋ ୱାର୍ଣ୍ଣିଂ ହୋଇଥିବା ଜିଲ୍ଲାଗୁଡିକ ମଧ୍ୟରେ ରହିଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ବରଗଡ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡା, ନୟାଗଡ ଓ ଖୋର୍ଦ୍ଧା । ରାତିରେ ଲୋକମାନଙ୍କୁ ବାହାରକୁ ନ ବାହାରିବା ଲାଗି ପରାମର୍ଶ ଦିଆଯାଇଛି । ରାତିରେ ବାଇକ୍ ଓ ଖୋଲା କାରରେ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି । ଶୀତକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓ କମିସନରମାନଙ୍କୁ ଏସଆରସିଙ୍କ କାର୍ଯ୍ୟାଳରୁ ଚିଠି ପଠାଯାଇଛି । ନିରାଶ୍ରୟଙ୍କ ପାଇଁ ରାତିରେ ସ୍କୁଲ ଓ କୋଠାଘର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: