୫ ବର୍ଷର ଶିଶୁକନ୍ୟାକୁ ଗଳାକାଟିି ହତ୍ୟା ଉଦ୍ୟମ

ବ୍ରହ୍ମପୁର,୮।୦୧: ୫ ବର୍ଷର ଶିଶୁକନ୍ୟାକୁ ଗଳାକାଟିି ହତ୍ୟା ଉଦ୍ୟମ କରାଯାଇଥିବା ସୂଚନା ରହିଛି।  ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ MKCGରେ ଭର୍ତ୍ତି କରାଯାଇଛି।ଗୋଳନ୍ଥରା ଥାନା ସୋରଳ ଗାଁରେ ଘଟିଛି ଏମିତି ଅଭାବନୀୟ ଘଟଣା। ମିଳିଥିବା ସୂଚନାଏ ଅନୁସାରେ,     ଗଞ୍ଜାମ ଜିଲ୍ଲା ସୋରଳ ଗାଁର ଅଭାବନୀୟ ଘଟଣା ଘଟିଛି । ବନ୍ଦ କୋଠରୀରେ ଶିଶୁକନ୍ୟାକୁ ୨ ଜଣ ହତ୍ୟା ଉଦ୍ୟମ କରିଥିଲେ। ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ଗୋଳନ୍ଥରା ପୋଲିସ। ଜଣେ ୫ବର୍ଷ ନାବାଳିକା ଶିଶୁର ଗଳା କାଟିଦେଲା ଦୁର୍ବୃତ୍ତ । ନାବାଳିକାର ଗଳା କାଟୁଥିବାର ଦେଖି ଗାଁଲୋକ ଦୌଡି ଆସିଥିଲେ , ଏବଂ ଦୁର୍ବୃତ୍ତକୁ କାବୁ କରିଥିଲେ । ଗୁରୁତର ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲର ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: