ନୂଆଦିଲ୍ଲୀ,୦୮/୦୪: ମହିଳାଙ୍କ ପାଇଁ ସରକାରଙ୍କ ପକ୍ଷରୁ ବସଯାତ୍ରା ମାଗଣା ଘୋଷଣା କରାଯାଇଛି । ମହିଳାମାନେ ଏଣିକି ମାଗଣାରେ ବସରେ ଯାତ୍ରା କରିପାରିବେ । ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ପରେ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି । ୟୁପିର ରୋଡୱେଜ ବସଗୁଡ଼ିକରେ ୬୦ ବର୍ଷରୁ ଅଧିକ ବୟସ୍କ ଶ୍ରେଣୀର ମହିଳାମାନେ ଏହି ସୁବିଧା ଉଠାଇ ପାରିବେ ବୋଲି କୁହାଯାଇଛି ।ବରିଷ୍ଠ ନାଗରିକ ମହିଳାଙ୍କୁ ମାଗଣାରେ ବସ ଯାତ୍ରା ପାଇଁ ସଂକଳ୍ପ ପତ୍ରରେ ପୂର୍ବରୁ ବିଜେପି ଘୋଷଣା କରିଥିଲା । ନିର୍ବାଚନ ଜିତିବା ପରେ ସରକାର ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିଛନ୍ତି । ଖୁବଶୀଘ୍ର ୬୦ ବର୍ଷରୁ ଅଧିକ ବୟସର ମହିଳମ।।ନେ ରୋଡୱେ ବସରେ ବିନା ଶିଳ୍କରେ ଯାତ୍ରା କରିପାରିବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |