୬ ମାସ ହେଲା ମିଳୁନି ପିଇବା ପାଣି , ଗରା,ବାଲ୍ଟି ଧରି ରାସ୍ତା ଅବରୋଧ

ରାଜକନିକା,୧୪/୩ :ଗ୍ରୀଷ୍ମର ପ୍ରଭାବ ବଢ଼ିବାରେ ଲାଗିଛି l ଗ୍ରାମାଞ୍ଚଳରେ ଲୋକମାନେ ଘର ପାଖରେ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାଲାଗି  ରାଜ୍ୟ ସରକାର ବିଭିନ୍ନ ଯୋଜନା ମଧ୍ୟ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ହେଲେ ପ୍ରଶାସନିକ ଅବହେଳା ଯୋଗୁ ୬ ମାସ ହେବ ପାଣିଟୋପେ ପିଇବା ଲାଗି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପେଗରପଡା ପଞ୍ଚାୟତବାସୀ l ସୂଚନା ଅନୁସାରେ ଏହି ପଞ୍ଚାୟତ୧୨ ୱାର୍ଡର ଲୋକ ସଂଖ୍ୟା ପାଖାପାଖି ୪ ହଜାର l ଏହି ଲୋକମାନେ ପାଇପ ପାଣି ଉପରେ ନିର୍ଭର କରି ଚଳିଥାନ୍ତି l ହେଲେ ଦୀର୍ଘ ୬ ମାସ ହେବ ପାଇପରେ ଆସୁନି ପିଇବା ପାଣି l ଯେଉଁ ଅଳ୍ପ କେତୋଟି ନଳକୂପ ରହିଛି ସେହି ନଳକୂପରୁ ପାଣି ଠିକ ଭାବରେ ବାହାରୁ ନାହିଁ l ଲୋକମାନେ ପାଣି ଲାଗି ରାତି ଅଧରୁ ନଳକୂପ ପାଖରେ ଲାଇନ ଦେବାକୁ ପଡୁଛି ବୋଲି କହିଛନ୍ତି l ପାଣି ନ ମିଳବାରୁ ଲୋକମାନେ ପୋଖରୀ ଓ କୂଅ ପାଣି ପିଇ ଜୀବନ ବଞ୍ଚାଉଛନ୍ତି l ଯାହା ଫଳରେ ସେମାଙ୍କୁ ବିଭିନ୍ନ ରୋଗ ମଧ୍ୟ୍ୟ ହେଉଛି l ଏ ସମ୍ପର୍କ ରେ ପ୍ରଶାସନ ଓ ସରପଞ୍ଚକୁ ବାରମ୍ବାର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ   ନହେବାରୁ ମଙ୍ଗଳବାର ସିଂପୁର-ରିଘାଗଡ ମୁଖ୍ୟ ରାସ୍ତାର ପେଗରପଡା ପଞ୍ଚାୟତ ଅଫିସ ନିକଟରେ ଗରl, ବାଲ୍ଟି ଧରି ଦୁଇଘଣ୍ଟା  ରାସ୍ତା ଅବରୋଧ କରିଥିଲେ ଶତାଧିକ ମହିଳାଙ୍କ ସହିତ ଗ୍ରାମବାସୀ। ଅବନ୍ତୀଲତା ସାହୁ, ଭାରତୀ ନାୟକ, ସଂକୁନ୍ତଳା ପଣ୍ଡା, ଅର୍ନପୂର୍ଣ୍ଣା ମଲିକ, ଅଞ୍ଜଳି ପଣ୍ଡା, ସସ୍ମିତା ପଣ୍ଡା, ସୁମିତ୍ରା ମଲିକ, ସଂକୁତଳା ବେହେରା,ନାଏବ ସରପଞ୍ଚ ପାର୍ବତୀ ମଲିକ, କନକଲତା ପଣ୍ଡା, ନୟନା ପଣ୍ଡା, ମଞ୍ଜୁଲତା ନାୟକ, ଝରଣା ବେହେରା, ମିନତୀ ବେହେରା, ବାସୁଦେବ ମଲିକ,ଅମୀୟ ମଲିକ,ପ୍ରକାଶ ବାରିକ , ସ୍ବପ୍ନlରlଣୀ ମଲିକ,ଗୋବିନ୍ଦ ମଲିକ,ନବଘନ ମଲିକ, ନିମାଇଁ ଚରଣ ଦାସ, ଯୁଗଳ ମଲିକ, ବାସୁଦେବ ମଲିକ, ପ୍ରମୁଖ ଏହି ଆନ୍ଦୋଳନ ରେ ସାମିଲ ରହିଥିଲେ l ଲୋକେ ଅଭିଯୋଗ କରିଛନ୍ତି ଯେ ଆଗରୁ ଆମେ ଠିକ ଭାବରେ ପାଇପ ଯୋଗେ ପାଣି ପାଉଥିଲୁ l କୋଭିଡ ସମୟରେ ବିଦ୍ୟୁତ ଶୁଳ୍କ ଲୋକମାନେ ଦେଇନଥିଲେ ଯାହାଫଳରେ ବାକି ରହିଥିଲା । ହେଲେ ସରପଞ୍ଚ କିଛି ବୁଝିଲେ  ନାହିଁ  l ଏ ସମ୍ପର୍କ ରେ ସରପଞ୍ଚ ଶ୍ରଦ୍ଧାଞ୍ଜଳି ମଲିକ କହିଛନ୍ତି ଯେ ଆଗରୁ ପଞ୍ଚାୟତରେ ଏକ କମିଟି ଏହି ପାଇପ ପାଣି କଥା ବୁଝୁଥିଲା । ମାସକୁ ମାସ ଟଙ୍କା ଆଦାୟ କରୁଥିଲା।  ହେଲେ ମୋ ସରପଞ୍ଚ ହେବା ଆଗରୁ ୪ଲକ୍ଷ ରୁ ଅଧିକ ଟଙ୍କା ବିଦୁତ ବିଲ ବାକି ଥିବାରୁ ଲୋକମାନେ ପାଣି ପାଇବାରୁ ବଞ୍ଚିତ ରହୁଛନ୍ତି l ଏ ସଂପର୍କ ରେ ମୁଁ ମଧ୍ୟ୍ୟ ବିଡ଼ିଓ ଙ୍କୁ ଜଣାଇଛି lଘଟଣାସ୍ଥଳରେ ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ ଓ ରାଜକନିକା ପୁଲିସ ପହଁଞ୍ଚି ଆନ୍ଦୋଳନ କାରି ମାନଙ୍କୁ ବୁଝାସୁଝା କରିଥିଲେ l ହେଲେ ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ କହିଛନ୍ତି ଯେ ଯାହା ସମସ୍ୟା ଥିଲା ସମାଧାନ କରାଯାଇଛି।  ପାଞ୍ଚ ଦିନ ମଧ୍ୟ୍ୟ ରେ ପଞ୍ଚାୟତବାସୀ ପାଇପ ଯୋଗେ ପିଇବା ପାଣି ପାଇବେ।  ବିଡ଼ିଓଙ୍କ ପ୍ରତିଶୃତି ଦେବା ପରେ ଲୋକମାନେ ଆନ୍ଦୋଳନରୁ ଓହରିଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!