ନୂଆଦିଲ୍ଲୀ,୧୯।୩ : ଦକ୍ଷିଣ ଆମେରିକାରେ ଥିବା ଇକ୍ବାଡର ଦେଶରେ ଭୂକମ୍ପ। ଭୂକମ୍ପ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କରିଛି ସିଏନଏନ୍। ଏହା ସହ ଭୂକର୍ମ୍ପ କାରଣରୁ ୩୮୧ଜଣ ଆହତ ହୋଇଛନ୍ତି।ଉତ୍ତର ପେରୁ ଓ ଇକ୍ବାଡର ଉପକୂଳରେ ଶନିବାର ମଧ୍ୟାହ୍ନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପ ଇକ୍ୟୁଏଡର ଏବଂ ଅଖପାଖ ଅଂଚଳକୁ ଦୋହଲାଇ ଦେଇଛି । ଇକ୍ୟୁଏଡରର ରାଷ୍ଟ୍ରପତି ଗୁଡଲେର୍ମୋ ଲାସୋ କହିଛନ୍ତି ଯେ, ଏହି ଶକ୍ତିଶାଳୀ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୧୪ ଲୋକଙ୍କ ଜୀବନ ଯାଇଥିବାର ସୂଚନା ମିଳିଛି। ଭୂମିକମ୍ପର ଝଟକାରେ ବଡ ବଡ ଅଟ୍ଟାଳିକା ଏବଂ ବହୁ ଧନ ଜୀବନ ନଷ୍ଟ ହୋଇଯାଇଛି । ଭୂକମ୍ପ ପରେ ପ୍ରଥମେ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ବଢ଼ି ୧୬ରେ ପହଞ୍ଚିଥିବା ସେଠାକାର ସରକାରଙ୍କ ପକ୍ଷରୁ କୁହାଯାଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୬.୮ ଥିବା ବେଳେ ଗଭୀରତା ୬୫କିଲୋମିଟର ଥିଲା ବୋଲି ଆମେରିକାର ‘ଜିଓଲୋଜିକାଲ ସର୍ଭେ’ ପ୍ରକାଶ କରିଛି। ଏହି ଶକ୍ତିଶାଳୀ ଭୂକମ୍ପ ପାଇଁ ଅନେକ ଘର, ସ୍କୁଲ ଓ ମେଡିକାଲ ଭୁଷୁଡି ପଡ଼ିଛି। ତେବେ ଘଟଣାସ୍ଥଳକୁ ଏମର୍ଜେନ୍ସି ଟିମକୁ ପଠାଯାଇଥିବା ବେଳେ ଗୁରୁତର ଆହତଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଇକ୍ବାଡରର ରାଷ୍ଟ୍ରପତି ଗୁଲେରମୋ ଲାସନ ଟ୍ବିଟ କରି କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |