୭୩ ତମ ସାଧାରଣତନ୍ତ୍ର ଦିବସ , ପତାକା ଉତ୍ତେଳନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ ,୨୬।୧: ଦେଶ   ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ଦିଲ୍ଲୀର ରାଜପଥରୁ ନେଇ ଲାଲକିଲ୍ଲା ପର୍ଯ୍ୟନ୍ତ  ସୁରକ୍ଷା ବ୍ୟବସ୍ଥା ଭିତରେ ଗଣତନ୍ତ୍ର ଦିବସ ସମାରୋହର ଆରମ୍ଭ ହୋଇସାରିଛି। ଗଣତନ୍ତ୍ର ଦିବସର ପାଳନକୁ ସ୍ବାଧୀନତାର ଅମୃତ ମହୋତ୍ସବ ରୂପରେ ପାଳନ କରାଯାଇଛି। ପତାକା-ଉତ୍ତୋଳନ ଓ ଜାତୀୟ ସଙ୍ଗୀତ ପରିବେଷଣ ସହିତ ଗଣତନ୍ତ୍ର ଦିବସର ଆୟୋଜନ କରାଯାଇଛି। ଦେଶର ୭୩ ତମ ସାଧାରଣତନ୍ତ୍ର ଦିବସ ସମାରୋହକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ୍ବାର ମେମୋରିଆଲ ଯାଇ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି   । ୨୩୩ ଫିଲ୍ଡ ରେଜିମେଣ୍ଟ ପକ୍ଷରୁ ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମୀ ଦିଆଯାଇଥିଲା ।ଚଳିତ ବର୍ଷ କୋଭିଡ୍ ମହାମାରୀର କାରଣରୁ ପରେଡ୍ ଅଲଗା ଢଙ୍ଗରେ ଦେଖିବାକୁ ମିଳିଥିଲା । ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଏହି କାର୍ଯ୍ୟକ୍ରମକୁ ଅନୁମତି ମିଳିନଥିଲା । ଏଥିସହ ପରେଡରେ ଅଂଶଗ୍ରହଣ କରିବାକୁ ଥିବା ବ୍ୟକ୍ତିବିଶେଷଙ୍କର କୋଭିଡ ଟିକାକରଣ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା । କୋଭିଡ୍ ପ୍ରୋଟୋକଲଙ୍କୁ ସମ୍ପୂର୍ଣ୍ଣ ଭାବେ ଧ୍ୟାନରେ ରଖି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ସ୍ଥଳରେ ପହଞ୍ଚିବା ସହ ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ତିନି ସେନାର ମୁଖ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: