୮ମ ଥର ପାଇଁ ଏସ୍ ସି ଏସ୍ ସଭାପତି ହୋଇ ରେକର୍ଡ ସୃଷ୍ଟି କଲେ ସମବାୟବିତ୍ ସୁଧୀର ରାଉତ

 ବ୍ରହ୍ମପୁର- ,୭।୭(ମନୋଜ କୁମାର ପାତ୍ର) :ଚଳିତ ସମବାୟ ନିର୍ବାଚନରେ ବାଇଗଣବାଡ଼ି ସେବା ସମବାୟ ସମିତି କାର୍ଯ୍ୟାଳୟରେ ନିର୍ବାଚନ ଅଧିକାରୀ ଦିଲ୍ଲୀପ କୁମାର ଓଡ଼ିଆ ନବନିର୍ବାଚିତ ସଭାପତି ଭାବେ ସୁଧୀର କୁମାର ରାଉତଙ୍କ ନାମ ଘୋଷଣା କରିଛନ୍ତି । ପ୍ରକାଶ ଥାଉକି ଶ୍ରୀ ରାଉତ ବାଇଗଣବାଡ଼ି ସେବା ସମବାୟ ସମିତିର ୧୯୯୦ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ଲଗାତାର ୭ଥର ସେବା ପ୍ରତିନିଧି ଭାବେ ନିର୍ବାଚିତ ହୋଇ ସମିତି ଉପରେ ନିର୍ଭର କରୁଥିବା ୫୦ଖଣ୍ଡ ଗ୍ରାମର ସଭ୍ୟମାନଙ୍କୁ ଋଣ ପ୍ରଦାନ, ଋଣ ଛାଡ, ସବସିଡି ପ୍ରଦାନ, ଚାଷୀ ଉପକରଣ ଋଣ ଦେବା ସହ ବିହନ ଏବଂ ସାର ଯୋଗାଣ କରିବାରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଶ୍ରୀ ରାଉତ ଏହା ପୂର୍ବରୁ ବ୍ରହ୍ମପୁର କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା କମିଟି ନିର୍ଦ୍ଦେଶକ,ବ୍ରହ୍ମପୁର ପାଇକାରି ଭଣ୍ଡାରର ୭ଥର ସଭାପତି, ଜିଲ୍ଲା ସମବାୟ ସଂଘର ୨ଥର ନିର୍ଦ୍ଦେଶକ, ବ୍ରହ୍ମପୁର ସହରାଞ୍ଚଳ ଗୃହ ନିର୍ମାଣ ସମବାୟ ସମିତିର ନିର୍ଦ୍ଦେଶକ,ବ୍ରହ୍ମପୁର କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ସଂଘ ଉପଦେଷ୍ଟା ତଥା ଜାତୀୟ ଖାଉଟି ସମବାୟ ମହାସଂଘ ପରିଚାଳନା କମିଟି ସଭ୍ୟ ଭାବେ ଦାୟିତ୍ଵ ତୁଲାଇ ରାଜ୍ୟ ସରକାର ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇ ଆସୁଛନ୍ତି । ସଂପ୍ରତି ଶ୍ରୀ ଭାରତ ରାଜ୍ୟ ବିଜୁ ଜନତା ଦଳର ସମବାୟ ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ରୂପେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ମନୋନୀତ ହୋଇଛନ୍ତି ।ଶ୍ରୀ ରାଉତ ଶ୍ରୀପ୍ରଣାଳୀରେ ରେକର୍ଡ ସଂଖ୍ୟକ ଧାନ ଉତ୍ପାଦନ ପାଇଁ ରାଜ୍ୟ ସ୍ତରୀୟ କୃଷି ମହୋତ୍ସବ ୨୦୦୭ ଏବଂ ୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦ୍ଵାରା ସମ୍ମାନିତ ହୋଇଛନ୍ତି । ଏପରିକି ଶ୍ରୀ ରାଉତ ବାଲିପଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ କାର୍ଯ୍ୟ ତୁଲାଇବା ସମୟରେ ବାଲିପଡା ମହୁରୀ କାଳୁଆ ମହା ବିଦ୍ୟାଳୟ ପରିଚାଳନା କମିଟିର ପ୍ରତିଷ୍ଠାତା ସହ ସମ୍ପାଦକ ସଦସ୍ୟ ରୂପେ ଉନ୍ନୟନ କାର୍ଯ୍ୟ ଏବଂ ଏକକାଳୀନ ଦୁଇ ଶହରୁ ଉର୍ଦ୍ଧ୍ବ ଇନ୍ଦିରା ଆବାସ ଗୃହ ନିର୍ମାଣ କରିବା ସହ ହିତାଧିକାରୀଙ୍କୁ ପ୍ରଦାନ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀଙ୍କ ଦ୍ଵାରା ସମ୍ମାନିତ ହୋଇଛନ୍ତି ।ବାଲିପଡା ଗ୍ରାମ ପଞ୍ଚାୟତ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ନିର୍ମାଣ ସହ ବିଭିନ୍ନ ଦେବାଳୟର ପୁନଃରୁଦ୍ଧାର କାର୍ଯ୍ୟ କରି ଅଞ୍ଚଳରେ ଶ୍ରୀ ରାଉତ ସୁନାମ ଅର୍ଜ୍ଜନ କରିଛନ୍ତି ।ନିର୍ବାଚିତ ନିର୍ଦେଶକ ଭବାନୀ ଶଙ୍କର ବିଷୋୟୀ, ପ୍ରଭାକର ପାତ୍ର, ସୁରେନ୍ଦ୍ର ମଲ୍ଲିକ, ଲଳିତା ବିଷୋୟୀ, ସ୍ଵରସତି ବିଷୋୟୀ, ସତ୍ୟଭାନ ବିଷୋୟୀ, ରହିତ ଦାସ, ରଞ୍ଜିତା କୁମାରୀ ପାତ୍ର, ମିନତୀ ମହାନ୍ତି, ଗାୟତ୍ରୀ ମହାନ୍ତି, ସସ୍ମିତା ପାତ୍ର, ପ୍ରତାପ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ନବ ନିର୍ବାଚିତ ସଭାପତିଙ୍କୁ ସ୍ୱାଗତ ଜଣାଇ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୁକୁଡ଼ାଖଣ୍ଡି ବ୍ଲକ୍ ଅଧ୍ୟକ୍ଷ କାମାକ୍ଷା ପ୍ରାସାଦ ପାତ୍ର,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଜେଶ୍ୱରୀ ଦୋରା,ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ କୈଳାସ ରଣା,ଦକ୍ଷିଣପୁର ସେବା ସମବାୟ ସମିତି ସଭାପତି ସନ୍ତୋଷ କୁମାର ଚୌଧୁରୀ,ବୋରିଗାଁ ସମବାୟ ସମିତି ସଭାପତି ସୁରେଶ ଚନ୍ଦ୍ର ସାହୁ,କୁକୁଡ଼ାଖଣ୍ଡି ସମବାୟ ସମିତି ସଭାପତି ଶିବରାମ ପାତ୍ର,ସାଂସଦ ପ୍ରତିନିଧି ରଘୁ ପ୍ରସାଦ ପାତ୍ର,ସମିତି ସଭ୍ୟ ସୁଧୀର ଗୌଡ,ଦିଗପହଣ୍ଡି ସମବାୟ ସମିତି ସଭାପତି ପ୍ରମୋଦ ପାଣିଗ୍ରାହି,ଆସ୍କା ସମବାୟ ସମିତି ପୁର୍ବତନ ସଭାପତି କାର୍ତ୍ତିକ ପରିଡା,ରୋହିଗାଁ ସମବାୟ ସମିତି ସଭାପତି ଦିବାକର ଜେନା,ଭିନ୍ନକ୍ଷମ ନେତା କେ ମଣିବାବୁ,ବାଲିପଡା଼ ସରପଞ୍ଚ ଝିଲି ସେଠୀ,ରୋହିଗାଁ ସରପଞ୍ଚ ବଶିଷ୍ଠ ଜେନା,ଜଗଦଳପୁର ସମିତି ସଭ୍ୟ ବି.ରବୀନ୍ଦ୍ର ପାତ୍ର,ମସିହାଖାଲି ସମବାୟ ସମିତି ସଭାପତି ସୁରେଶ ସେଠୀ,ସମାଜସେବୀ ରାଜେନ୍ଦ୍ର ପାତ୍ର,ଦୁତିକୃଷ୍ଣ ମଲ୍ଲଙ୍କ ସମେତ ରଙ୍ଗେଇଲୁଣ୍ଡା ବିଜୁ ଜନତା ଦଳ ସଭାପତି ଅଜିତ୍ ଦାସ, ଭାରତୀ ନାୟକ,ଉଦୟ ସ୍ୱାଇଁ, ବସନ୍ତ କୁମାରୀ ସ୍ୱାଇଁ,ବିପିନି ପ୍ରଧାନ, ଆର୍ ମୁରଲୀ ମୋହନ,ରଜନୀଶ୍ ମିଶ୍ର,ପ୍ରମୁଖ ଉପସ୍ଥିତ ଥିଲେ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: