୮୦ ଡିସମିଲ୍ ଜଗାରେ ୧୪ ପ୍ରକାର କିସମର ଧାନଚାଷ

 ଚର୍ଚ୍ଚାରେ ମା’ଲଙ୍କେଶ୍ଵରୀ ସ୍ଵୟଂ ସହାୟକ ଗୋଷ୍ଠିର ମହିଳା

କଳାହାଣ୍ଡି,୨୯/୫; (ସୁରେଶ ଚନ୍ଦ୍ର ସାହୁ); ସମୟ ବଦଳିବା ସାଙ୍ଗକୁ ବଦଳିଛି ପରିସ୍ଥିତି ।  ଆଉ ତା ସହ ତାଳ ଦେଇ ବଦଳି ଚାଳିଛି କଳାହାଣ୍ଡିର ପରିଚୟ। ଓଡିଶାର ମାନଚିତ୍ରରେ ଆଉ ଭୋକର ଭୂଗୋଳ ନୁହେଁ ବରଂ ଭାତ ହାଣ୍ଡି ଭାବେ ପରିଚିତ ଲାଭ  କଲାଣି କଳାହାଣ୍ଡି l ଇନ୍ଦ୍ରାବତୀର ଉତ୍ପତି ପରେ କଳାହାଣ୍ଡି ଭୋଗର ଭୂଗୋଳରୁ ବାହାରୀ ଜିଲ୍ଲା ରାଜ୍ଯ ତଥା ଦେଶକୁ ଆହାର ଯୋଗାଉଛି l ଆଉ ଏଇ ପ୍ରୟାସ ରେ ସାମିଲ୍ ହୋଇଛି ମା’ଲଙ୍କେଶ୍ଵରୀ ସ୍ଵୟଂ ସହାୟକ ଗୋଷ୍ଠିର ମହିଳା l ଏହି ସ୍ଵୟଂ ସହାୟକ ଗୋଷ୍ଠିର ମହିଳା ମାନେ ଘରର ଏରୁଣ୍ଡି ଡେଇଁ ନିଜ ପାଇଁ ନିଜ ପାଇଁ ସୃଷ୍ଟି କରିଛନ୍ତି ସ୍ଵତନ୍ତ୍ର ପରିଚୟ l ଆଜିକାଳି ସମୟରେ ମହିଳା ମାନେ କିଭଳି ଯେ ଘରେ ରହି ରୋଷେଇ ଆଉ ପରିବାର ର ଯତ୍ନ ନେବେ ତାହା ନୁହେଁ l ମହିଳା ମାନେ ମଧ୍ୟ ଚାଷ ଜମିକୁ ଯାଇ ଚାଷ କରି ନିଜକୁ ଆତ୍ମ ନିର୍ଭରଶୀଳ କରି ପାରିବେ l ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ମା’ଲଙ୍କେଶ୍ଵରୀ ସ୍ଵୟଂ ସହାୟକ ଗୋଷ୍ଠିର ମହିଳାମାନେ l ଏଭଳି ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ୍ ଅନ୍ତର୍ଗତ ଘଣ୍ଟବାହାଲି ଗାଁରେ l ଏହି ଗାଁର ମହିଳା ମାନେ ପୁରୁଷ ମାନଙ୍କୁ ପଛରେ ପକାଇ ଆଗକୁ ବାହାରିଛନ୍ତି l ମହିଲା ମାନେ କୌଣଷି ବ୍ୟାଙ୍କ କିମ୍ବା ଅନ୍ୟ କାହାଠାରୁ ରୁଣ ନ ଆଣି ନିଜେ ଜଣପିଛା ପ୍ରଥମେ ୫ ହଜାର ଟଙ୍କାର ଲେଖାଏଁ ସଂଗ୍ରହ କରିଥିଲେ ଓ ପରେ ଏକ ୮୦ ଡିସମିଲ୍ ର ଜାଗାରେ ୧୪ ପ୍ରକାଶ କିସମର ଧାନ ଚାଷ କରି ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି l ତେବେ ୨୦୧୯ ମସିହାରେ ୧୦ ଜଣ ମହିଳା ମିଶି ମା’ଲଙ୍କେଶ୍ଵରୀ ସ୍ଵୟଂ ସହାୟକ ଗୋଷ୍ଠି ନାମରେ ଏକ ଦଳ ଗଠନ କରିଥିଲେ l ପ୍ରଥମେ ଛତୁ ଚାଷ ଆରମ୍ଭ କରି ବେଶ ଲାଭ ବାନ ହୋଇଥିବା ବେଳେ ପରେ ବିଭିନ୍ନ ଚାଷ କରି ଆତ୍ମ ନିର୍ଭର ହେଉଥିଲେ ଏହି ସ୍ଵୟଂ ସହାୟକ ଗୋଷ୍ଠି ଗୋଷ୍ଠିର ମହିଳା ମାନେ l ହେଲେ ଚଳିତ ବର୍ଷ ମହିଳା ମାନେ ପୁରୁଷ ମାନଙ୍କୁ ପଛରେ ପକାଇ ଆଗକୁ ଆସିବା ସହ ଧାନ ଚାଷ କରି ଜିଲ୍ଲାର ଅମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି l

ତେବେ ୧୮୮୫ ମସିହା ଅଭିବକ୍ତ କଳାହାଣ୍ଡି ଜିଲ୍ଲା ଅମ୍ଲାପାଲି ଗାଁର ଫାନସ ପୁଞ୍ଜି ନାମକ ଜଣେ ମହିଳା ନିଜ ୨ ପିଲାଙ୍କ ଦାରିଦ୍ରର ତାଡନା ସହି ନପାରି ସେମାନଙ୍କୁ ବଞ୍ଚାଇ ରଖିବା ଚିନ୍ତାରେ ତାଙ୍କର ବୁଦ୍ଧି ହଜି ଯାଇଥିଲା l

ଆଉ ଶେଷରେ ୧୨ ବର୍ଷର ନଣନ୍ଦକୁ ମାତ୍ର ୪୦ ଟଙ୍କାରେ ବିକ୍ରି କରି ଦେଇଥିଲେ ଫାନସ୍ l ଯାହା ଫଳରେ କଳାହାଣ୍ଡିର କରୁଣ କାହାଣୀ ଖବରଟି ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା l

ଆଉ ଏହାର ଠିକ ୩୧ ବର୍ଷ ପରେ ପୁଣି ଥରେ  ବିଶ୍ଵ ଚର୍ଚ୍ଚିତ ହୋଇଥିଲା ଦାନ ମାଝୀଙ୍କ ଶବ ବୁହା ଘଟଣା l  ଆମ୍ବୁଲାନ୍ସ ନପାଇ ନିଜ ୧୨ ବର୍ଷର ଝୀଅ ସହିତ ପତ୍ନିଙ୍କ ଶବକୁ କାନ୍ଧରେ ବୋହି ୧୦ କିଲୋମିଟର୍ ବାଟ ଅତିକ୍ରମ କରିଥିଲେ ଦାନ ମାଝୀ l

ଆଉ ଏଇ କରୁଣ କାହାଣୀ ଟି ଥିଲା ୨୦୧୬ ମସିହା ଅଗଷ୍ଟ ମାସର l ଯାହା କୁ ନେଇ  ହଇଚଇ କଳାହାଣ୍ଡି l ହେଲେ ଆଜି କଳାହାଣ୍ଡି ର ପରିଚୟ ବଦଳି ବା ସାଙ୍ଗକୁ ବଦଳିଛି ଗତି ପଥ l କଳାହାଣ୍ଡି ଜିଲ୍ଲାର କପା ସମଗ୍ର ଏସିଆ ମହାଦେଶରେ ଭିତରେ ଉତ୍କୃଷ୍ଟ ମାନର ଅଟେ l ଏଠାରୁ ହିଁ ବିଡି ପ୍ରସ୍ତୁତି ପାଇଁ   କେନ୍ଦୁପତ୍ର ପଶ୍ଚିମ ବଙ୍ଗକୁ ଯାଇଥାଏ l କେବଳ ସେତିକି ନୁହେଁ ଧାନ ଚାଷରେ ସମଗ୍ର ଓଡିଶାରେ୨ୟ ସ୍ଥାନ ଅଧିକାର କରିଛି କଳାହାଣ୍ଡି l ଆଉ ଏବେମା’ଲଙ୍କେଶ୍ଵରୀ ସ୍ଵୟଂ ସହାୟକ ଗୋଷ୍ଠିର ମହିଳା ଓଡିଶା ପାଇଁ ପ୍ରେରଣା ପାଲଟିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: