ନୂଆଦିଲ୍ଲୀ: ‘ଅକେଲା ଚନା କ୍ୟା ଭାଡ ଫୋଡ ସକ୍ତା ହୈ?’ ହିନ୍ଦୀର ଏହି ଉକ୍ତିଟିକୁ ଆପଣ ଶୁଣିଥିବେ। ଯାହାର ଅର୍ଥ ହେଉଛି, ଜଣେ ନେତା ବା ଶାସକ ଯେତେ ବି ଶକ୍ତିଶାଳୀ ଏବଂ ସକ୍ଷମ କାହିଁକି ନହେଉ, ସେ ଚାହିଁଲେ କୌଣସି ବଡ ପରିବର୍ତ୍ତନ କରିପାରିବେ ନାହିଁ। ଯଦି ଲୋକମାନେ ପରିବର୍ତ୍ତନ ପାଇଁ ମାନସିକ ସ୍ଥରରେ ପ୍ରସ୍ତୁତ ନଥିବେ। ଆଉ ଯଦି ଇଚ୍ଛା ଥାଏ ଜଣେ ମଣିଷ ଅନେକ ଅସମ୍ଭବକୁ ସମ୍ଭବ କରି ଦେଖାଇପାରିବ। ଆଜି ଆମେ ସେମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯେ ୮୫ବର୍ଷ ବୟସରେ ଏକା ନିଜ ଗାଁରେ ଗାଡିଆ ଖୋଳିଛନ୍ତି। ଏଥିପାଇଁ ନିକଟରେ ‘ମନ୍ କି ବାତ୍’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି।
୮୫ବର୍ଷୀୟ ଏହି ବୃଦ୍ଧ ଜଣଙ୍କ ନାଁ ହେଉଛି କାମେଗୌଡା। ସେ କର୍ଣ୍ଣାଟକର ମଣ୍ଡାବଲିରେ ରୁହନ୍ତି। ପେଶାରେ ସେ ଜଣେ ସାଧାରଣ କୃଷକ ଟିଏ। କିନ୍ତୁ ତାଙ୍କର ଅସାଧାରଣ ବ୍ୟକ୍ତିତ୍ୱ ପାଇଁ ଆଜି ସେ ଚର୍ଚ୍ଚିତ। ଏ ବୟସରେ ମଧ୍ୟ କାମେଗୌଡା ଗାଇଗୋରୁଙ୍କୁ ବିଲକୁ ଚରେଇ ନିଅନ୍ତି। ଏଥିସହ ସେ ତାଙ୍କ ଗାଁରେ କିଛି ଗାଡିଆ ମଧ୍ୟ ଖୋଳିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |