ସମ୍ବଲପୁର,୨୫/୦୩ : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗାଁରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଶିଶୁକନ୍ୟାକୁ ହତ୍ୟା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ ସମ୍ପୃକ୍ତ ଯୁବକ ୮ ବର୍ଷର ଶିଶୁକନ୍ୟାର ଗଳାକାଟି ନୃଶଂସ ଭାବେ ହତ୍ୟା କରିଥିଲା। ଏହାପରେ ଶିଶୁକନ୍ୟାର କଟାମୁଣ୍ଡ ଧରି ଯୁବକ ଜଣକ ଗାଁରେ ବୁଲିଥିଲା। କସଡ଼ା ଗ୍ରାମର ନବକିଶୋର ଧରୁଆଙ୍କ ଆଠ ବର୍ଷ ର ଝିଅ ପ୍ରଜାଲିନ ଘର ପାଖ ଚାଷ ଜମିକୁ ଶୌଚ ହେବାକୁ ଯାଇଥିଲା । ଏହି ସମୟରେ ଗ୍ରାମର ପ୍ରଶାନ୍ତ ବଗାର ଏକ ଟାଙ୍ଗିଆରେ ଶିଶୁକନ୍ୟାକୁ ହତ୍ୟା କରି କଟା ମୁଣ୍ଡକୁ ହାତରେ ଧରି ଗାଁ ଦାଣ୍ଡରେ ବୁଲିବା ସହ ଏକ ନଳକୂପ ନିକଟରେ ପକାଇ ଦେଇଥିଲା l ପ୍ରଜାଲିନର ପରିବାର ଲୋକେ ମହୁଲ ଗୋଟେଇ ଯାଇଥିବା ବେଳେ ଏଭଳି ଅଘଟଣ ଦେଖିବାକୁ ପାଇଥିଲେ । ଯୁବକଙ୍କ ଏଭଳି ଉନ୍ମତ୍ତ କାଣ୍ଡ ଦେଖି ଗ୍ରାମବାସୀ ତାଙ୍କୁ କାବୁ କରିଥିଲେ। ଏହାପରେ ପୋଲିସ ଜିମା ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |