ଭୁବନେଶ୍ବର, ୭।୪ :ରାଜ୍ୟର ୯ ଜିଲାକୁ କାଳବୈଶାଖୀ ସର୍ତକତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହି ୯ଟି ଜିଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ରାଜ୍ୟରେ ଘଡଘଡି ସହ ବର୍ଷା ହେବା ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ୍ତ କୁମାର ମହାପାତ୍ର । ଏହି ପରୀପ୍ରେକ୍ଷୀରେ ୯ଟି ଜିଲ୍ଳାକୁ ସତର୍କ ସୂଚନା ମଧ୍ୟ ଦିଆଯାଇଛି । ମାଲକାନାଗିରି, କୋରାପୁଟ, କନ୍ଧମାଳ, ରାୟଗଡା ସମେତ କଳାହାଣ୍ଡି ଆଦି ଜିଲ୍ଳାକୁ ମିଳିଛି ସତର୍କ ସୂଚନା । ସେହିପରି ଗଜପତି, ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲାକୁ ମଧ୍ୟ ଏସଆରସି ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସାଙ୍ଗକୁ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଆସନ୍ତାକାଲି ପର୍ଯ୍ୟନ୍ତ ଏହି ସତର୍କ ସୂଚନା ଜାରି କରିଛନ୍ତି ଶ୍ରୀ ମହାପାତ୍ର । ବଜ୍ରପାତ ଏବଂ ବର୍ଷା ସମୟରେ ବାହାରକୁ ନ ବାହାରିବା ପାଇଁ ଏସଆରସି ପରାମର୍ଶ ଦେଇଛନ୍ତି । ବର୍ତ୍ତମାନର ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇଛି। ତାତିରୁ ନିସ୍ତାର ମିଳୁନି। ଲୋକମାନେ ଘରୁ ବାହାରିବା ମୁସ୍କିଲ ହୋଇଛି। ତାତି ଅଧିକ ବୃଦ୍ଧି ପାଉଥିବାରୁ କାଳବୈଶାଖୀର ସମ୍ଭାବନା ଅଧିକ ରହୁଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |