ମୁନ୍ଦ୍ରା,୧୯/୦୯: ଗୁଜରାଟର କଚ୍ ଅନ୍ତର୍ଗତ ମୁନ୍ଦ୍ରା ବନ୍ଦରରୁ ‘ଡାଇରେକ୍ଟୋରେଟ୍ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ୍’ (ଡିଆର୍ଆଇ) ପ୍ରାୟ ୯୦୦୦ କୋଟି ଟଙ୍କା ମୂଲ୍ୟର ହେରୋଇନ୍ ଥିବା କେତୋଟି କଣ୍ଟେନର୍ ଜବତ କରିଥିବା ଜଣାପଡ଼ିଛି। ଏସବୁ ଚୋରାରେ ଆଫଗାନିସ୍ତାନରୁ ଆସିଥିବା କୁହାଯାଉଛି। ଗୁଜରାଟ କଛର ମୁନ୍ଦ୍ରା ଏୟାରପୋର୍ଟ କୋଟିଏ କି ଦୁଇ କୋଟି ନୁହେଁ ଏକାଥରେ ୯ ହଜାର କୋଟି ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ଏତେ ପରିମାଣରେ ବ୍ରାଉନସୁଗାର ଜବତ ହେବା ସାରା ଦେଶକୁ ଆଶ୍ଚର୍ଯ୍ୟ କରିଛି। ମୁନ୍ଦ୍ରା ବିମାନବନ୍ଦରରୁ ଏହି ବ୍ରାଉନସୁଗାରକୁ ଜବତ କରଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍ଆଇ)। ଏଗୁଡ଼ିକୁ ଆଫଗାନିସ୍ତାନରୁ ଭାରତ ଅଣାଯାଉଥିଲା ବୋଲି ସୂଚନା ମିଳିଛି। ତଲାସ ପାଇଁ ସରକାରୀ କର୍ତ୍ତୃପକ୍ଷମାନେ ଆମଦାନି କରାଯାଇଥିବା କେତେକ ସାମଗ୍ରୀକୁ ଅଟକାଇ ଥିଲେ। ସେଗୁଡ଼ିକୁ ଯାଞ୍ଚ କରିବା ସମୟରେ ଜାଣିବାକୁ ପାଇଲେ ଯେ, ‘ଟାଲ୍କମ୍ ପାଉଡର୍’ ନାଁରେ କୋଟି କୋଟି ଟଙ୍କାର ମାଦକଦ୍ରବ୍ୟ ଆମଦାନି କରାଯାଉଛି।ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଥିବା ‘ଆଶି ଟ୍ରେଡିଙ୍ଗ୍ ଫାର୍ମ’ ଉକ୍ତ ‘କଣ୍ଟେନର୍’ଗୁଡ଼ିକୁ ଆଫଗାନିସ୍ତାନରୁ ମୁନ୍ଦ୍ରା ବନ୍ଦରକୁ ଆଣିଥିବା କୁହାଯାଉଛି। କିନ୍ତୁ, ଆମଦାନି କରାଯାଇଥିବା ସାମଗ୍ରୀ ‘ଟାଲ୍କମ୍ ପାଉଡର୍’ ବୋଲି ଉପରୋକ୍ତ ଫାର୍ମ ଘୋଷଣା କରିଥିଲା। ପ୍ରାପ୍ତ ସୂଚନା ଅନୁସାରେ, ଆଫଗାନିସ୍ତାନର କାନ୍ଦାହାରରେ ଥିବା ‘ହସନ୍ହୁସେନ୍ ଲିମିଟେଡ୍’ ନାମକ ପ୍ରତିଷ୍ଠାନ ଏହାକୁ ରପ୍ତାନି କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |