‌ ‘ପର୍ସନ ଅଫ ଦ ଇୟର’ ହେଲେ ବାଇଡେନ ଓ କମଲା ହାରିସ୍

ୱାଶଂଟନ: ଟାଇମ୍ସ ପତ୍ରିକା ଆମେରିକା ନବ ନର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଓ ଭାଇସ୍‌ ପ୍ରେସିଡେଣ୍ଟ କମଲା ହାରିସ୍‌ଙ୍କୁ ପର୍ସନ ଅଫ ଦ ଇୟର (Time Persons of the Year 2020)ସମ୍ମାନରେ ସମ୍ମାନିତ କରିବ।  ଟାଇମ୍ସର ଏଡିଟର ଇନ୍‌ ଚିଫଙ୍କ କହିବା ଅନୁଯାୟୀ, ବାଇଡେନ ଓ କମଲା ଆମେରିକାରେ ନୂଆ କାହାଣୀ ସୃଷ୍ଟି କରିଛନ୍ତି। ଏ ଦୁହେଁ ପ୍ରମାଣିତ କରି ଦେଇଛନ୍ତି, ସହାନଭୂତିର ଶକ୍ତି ପାଖରେ ବିଭାଜନ ଅଧିକ ସମୟ ରହି ପାରିବ ନାହିଁ। ସେଥିପାଇଁ ଉଭୟଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି। ଟାଇମ୍ସର ଏଡିଟର ଇନ୍‌ ଚିଫଙ୍କ କହିଛନ୍ତି, ଫ୍ରାଙ୍କଲିନ୍‌ ଡି ରୁଜ୍‌ବେଲ୍‌ଟଙ୍କ ପରେ ପ୍ରତ୍ୟେକ ନିର୍ବାଚିତ ରାଷ୍ଟ୍ରପତି କୌଣସି ନା କୌଣସି କାମକୁ ନେଇ ପର୍ସନ ଅଫ ଦ ଇୟର ସମ୍ମାନରେ ସମ୍ମାନିତ ହୋଇଥାନ୍ତି। ହେଲେ ପ୍ରଥମ ଥର ପାଇଁ ଆମେ ଏଥିରେ ଉପରାଷ୍ଟ୍ରପତିଙ୍କୁ ସାମିଲ କରିଛୁ। ସୂଚନାଥାଉ କି, ପର୍ସନ ଅଫ ଦ ଇୟର ସମ୍ମାନ ପାଇଁ ପ୍ରତିଯୋଗିତାରେ ଥିଲେ ଡୋନାଲ୍ଡ ଟ୍ରମ୍ପ, ଡା.ଏନ୍ଥୋନି ପ୍ରମୁଖ। ଏଥିସହିତ ଭିଡିଓ କଲ୍‌ ସର୍ଭିସ ଜୁମର ସିଇଓ ଏରିକ୍‌ ୟୁଆନଙ୍କୁ ବିଜିନେସପର୍ସନ ଅଫ ଦ ଇୟର ଭାବେ ମନୋନୀତ କରାଯାଇଛି। କରୋନା ମହାମାରୀ ସମୟରେ ଜୁମ୍‌ ଜରିଆରେ କେବଳ ଅଫିସ କାମ ସହଜ ହୋଇନାହିଁ, ବରଂ ଦୂରରେ ରହି ଯାଇଥିବା ପରିବାର ଲୋକଙ୍କୁ ଏକାଠି କରିବାରେ ସାହାଯ୍ୟ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!